ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତାଙ୍କ ପରିବାର ଠାରୁ ଆରମ୍ଭ କରି ସିନେ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକ କେହି ବି ଗ୍ରହଣ କରି ପାରୁ ନାହାନ୍ତି ସୁଶାନ୍ତଙ୍କ ମୃତ୍ୟୁ ଖବର । ଏହାରି ମଧ୍ୟରେ ସୁଶାନ୍ତଙ୍କ ପରିବାର ଉପରେ ଆହୁରି ଏକ ଦୁଃଖ ପାହାଡ ଛିିଡି ପଡିଛି । ଆଜ୍ଞା ହଁ ଏବେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଉଜଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜ ଡିପ୍ରେସନରେ ରହିଥିଲେ ।
ରିପୋର୍ଟ ମୁତାବକ, ସୁଶାନ୍ତଙ୍କ ଦାଦା ପୁଅ ଭାଇ ଅମରେନ୍ଦ୍ର ସିଂଙ୍କ ପତ୍ନୀ ସୁଧାଙ୍କ ମୃତ୍ୟୁ ସେହି ସମୟରେ ହୋଇଛି ଯେଉଁ ସମୟରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେଉଥିଲା । ସୁଶାନ୍ତ ଆତ୍ମହତ୍ୟା କରିବା ଖବର ଶୁଣି ତାଙ୍କ ଭାଉଜ ଡିପ୍ରେସନରେ ଥିଲେ । ଏହାସହିତ ସେ ଖାଇବା ପିଇବା ବି ଛାଡି ଦେଇଥିଲେ । ଯେଉଁଥି ପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା ।
ଏନେଇ ତାଙ୍କ ପରିବାର ସଦସ୍ୟ କହିଛନ୍ତି କି, କିଛି ଦିନ ହେବ ସୁଧା ଅସୁସ୍ଥ ଥିଲେ । ରବିବାର ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ବାରମ୍ବାର ବେହୋସ ହୋଇ ଯାଉଥିଲେ । ଏବେ ତାଙ୍କର ନିଧନ ହୋଇଛି ।