ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁଷ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ଲଳିତ ମୋଦୀ ଯେବେଠୁ ଘୋଷଣା କରିଛନ୍ତି ସେବେଠୁ ଟ୍ରୋଲର ଶିକାର ହେଉଛନ୍ତି ସୁଷ୍ମିତା । ତାଙ୍କ ବିଷୟରେ ଅନେକ କଥା ଆଲୋଚନା କରିବା ସହ ତାଙ୍କୁ ଲୋଭି ବୋଲି କହି ତାଙ୍କର ମଜାକ ଉଡାଉଛନ୍ତି । ଅବଶ୍ୟ ଏନେଇ ସୁଷ୍ମିତା ଟୋଲର୍ସଙ୍କୁ କଡାକଡି ଜବାବ ମଧ୍ୟ ଦେଇଛନ୍ତି । ତାପରେ ବି ଲୋକେ ସୁଷ୍ମିତାଙ୍କୁ ଟାର୍ଗେଟ କରି ଅନେକ ଆଲୋଚନା କରୁଛନ୍ତି ।
ଏହାରି ମଧ୍ୟରେ ସୁଷ୍ମିତାଙ୍କୁ ସପୋର୍ଟ କରି ସାମ୍ନାକୁ ଆସିଛନ୍ତି ତାଙ୍କ ଏକ୍ସ ବୟଫେଣ୍ଡ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ । ସୁଷ୍ମିତାଙ୍କୁ ଲୋଭି କହୁଥିବା ଟ୍ରୋଲର୍ସଙ୍କୁ ଦେଇଛନ୍ତି କଡା ଜବାବ । ସେ କହିଛନ୍ତି କି, ସେ ଏଭଳି ଜଣେ ମହିଳା ଯାହାଙ୍କର ବ୍ୟାଙ୍କ ବାଲାନ୍ସକୁ ନେଇ କୌଣସି ଫରକ ପଡେ ନାହିଁ । ସେ କେବେ ବି ବ୍ୟାଙ୍କ ବାଲାନ୍ସ ଦେଖନ୍ତି ନାହିଁ । ସେ ଗୋଲ୍ଡ ଡିଗର ନୁହନ୍ତି ବରଂ ଲଭ ଡିଗର ।