ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଏବଂ କରୀନା କପୁରଙ୍କ ଗେହ୍ଲା ପୁଅ ତାଇମୁର ଏବେ ୧୫ ମାସର ହୋଇଗଲେଣି । କିନ୍ତୁ ସେ ଏହି କୁନି ବୟସରେ ବି ମିଡିଆ ସମ୍ନାରେ ଖୁବ୍ ଚର୍ଚ୍ଚାରେ । ସେ ସର୍ବଦା ତାଙ୍କର କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ଏବେ ତାଇମୁର ତାଙ୍କ ସ୍କୁଲ ଫି ପାଇଁ ମିଡିଆର ହେଡଲାଇନସ୍ନରେ ଅଛନ୍ତି ।
ଏକ ୱେବସାଇଟରୁ ମିଳିଥିଲା ରିପୋର୍ଟ ଅନୁସାରେ, ତାଇମୁରଙ୍କର ଏକ ସ୍କୁଲରେ ନାମ ଲେଖା ହୋଇଛି । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏତେବଡ କଳାକାରଙ୍କ ପୁଅ ଯେହେତୁ ତାଙ୍କର ଗୋଟେ ବଡ ସ୍କୁଲରେ ନାଁ ଲେଖା ହୋଇଥିବ । କିନ୍ତୁ ସେମିତି କିଛି ନାହିଁ ଏକ ସାଧାରଣ ସ୍କୁଲରେ ନାମ ଲେଖା ହୋଇଛି । ଯାହାର ଫିସ ମାସକୁ ପାଞ୍ଚ ହଜାର ରହିଛି । ଏହି ସ୍କୁଲରେ ଏକାସାଥୀରେ ତିନି ମାସର ଟଙ୍କା ପଇଠ କରାଯାଇଥାଏ । ଏବଂ ବର୍ଷକୁ ୪୭ ହଜାର ଟଙ୍କା ଦେବାକୁ ପଡିଥାଏ । ଏହି ସ୍କୁଲ ମାତ୍ର ଗୋଟେ ଦିନ ପାଠ ପଢା ହୋଇଥାଏ, ବାକି ଦିନ ପିଲା ଆସି ଏଠାରେ ଖେଳନ୍ତି ।
ମିଡିଆକୁ ସାକ୍ଷାତକାର ସମୟରେ ସୈଫ ଅଲ୍ଲୀ ଖାନ୍ କହିଛନ୍ତି ଯେ, ତାଇମୁର ତିନୋଟି ଶଦ୍ଧ ଶିଖିଗଲେଣି ଏବେ ସେ ମୋତେ ଅବା ଡକୁଛନ୍ତି । ଏହାସହିତ ସେ ବେବି ଏବଂ ଗମ୍ ଭଳି ଶଦ୍ଧ ଉଚ୍ଚାରଣ କରୁଛନ୍ତି ।
ନିକଟରେ କରୀନା କପୁର ନିଜେ ତାଙ୍କ ପୁଅ ତାଇମୁରକୁ ସ୍କୁଲ ନେଇ ଯାଇଥିଲେ । ସେଥିପାଇଁ କରୀନା ତାଙ୍କର ଆଗାମୀ ଫିଲ୍ମ ‘ବିରେ ଦି ୱେଡିଙ୍ଗ’ର ପ୍ରମୋଶନ ତାରିଖ ଘୁଞ୍ଚାଇ ଦେଇଥିଲେ । ପୁଅ ପ୍ରତି କରୀନାଙ୍କର ଏତେ ଭଲ ପାଇବା ଦେଖି ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା ମିଳୁଛି ।