ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତ ପରେ ଏବେ ୟୁକେ ରେ ରିଲିଜ୍ ହେବ ‘ଦି କେରଳା ଷ୍ଟୋରୀ’ । ଏହା ଅଦା ଶର୍ମାଙ୍କ ପାଇଁ କୌଣସି ଲକି ଚାନ୍ସଠୁ କମ ନୁହେଁ । ଫିଲ୍ମଟି ବିବାଦରେ ଥିଲେ ବି ତାଙ୍କ କ୍ୟାରିଅର ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ପ୍ରମାଣିତ ହୋଇଛି । ଫିଲ୍ମଟି କେରଳ ଓ ପଶ୍ଚିମବଙ୍ଗରେ ବ୍ୟାନ ହୋଇ ମଧ୍ୟ ବକ୍ସଅଫିସରେ ଧମାଲ କରୁଛି । ଏବେ ପୁଣି ଏହା ୟୁକେ ରେ ଧମାଲ କରିବ ।
ଫିଲ୍ମଟି ୟୁକେରେ ରିଲିଜ୍ ହେବାକୁ ନେଇ ନିଜର ଖୁସୀ ଜାହିର କରିଛନ୍ତି ଅଭିନେତ୍ରୀ ଅଦା ଶର୍ମା । ସେ ତାଙ୍କ ଇଂଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଖୁସୀ ବ୍ୟକ୍ତ କରିଛନ୍ତି ।