ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମା ହମଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଗ୍ରରୂପ ତେଜି ବାରେ ଲାଗିଛି । ଏହି ହମଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଏହାପରେ ଭାରତକୁ ପୁଣି ପାଲଟା ଜବାବ ଦେବା ପାଇଁ ପାକିସ୍ତାନ ଚେଷ୍ଟା କରିଥିଲା । ପାକିସ୍ତାନର ଏଫ୍ ୧୬ ବିମାନ ଭାରତୀୟ ସୀମାରେ ପଶିଥିବାର ଦେଖି ଭାରତୀୟ ଯୁଦ୍ଧ ବିମାନ ପାଇଲଟ ଅଭିନନ୍ଦସନ ପାକିସ୍ତାନୀ ବିମାନକୁ ତଳକୁ ଖସାଇ ଦେଇଥିଲେ । ତାପରେ ଭାରତୀୟ ୱିଙ୍ଗ କମାଣ୍ଡ ଅଭିନନ୍ଦନ ପାକିସ୍ତାନୀ ସେନାଙ୍କ କବଜାକୁ ପଳାଇଥିଲେ । ଏହାପରେ ଅଭିନନ୍ଦନଙ୍କୁ ଭାରତ ଫେରାଇ ଦିଆଯାଉ ବୋଲି ଭାରତ ପକ୍ଷରୁ ପାକିସ୍ତାନକୁ ଦାବି କରାଯାଇଥିଲା । ଆଜି ଭାରତୀୟ ୱିଙ୍ଗ କମାଣ୍ଡ ଭାରତ ଫେରୁଛନ୍ତି । ତାଙ୍କ ସ୍ୱାଗତ ପାଇଁ ଅନେଇ ବସିଛନ୍ତି ଭାରତବାସୀ ।
ଖବରମୁ୍ତାବକ, ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଭାରତୀୟ ୱିଙ୍ଗ କମାଣ୍ଡଙ୍କୁ ମୁକ୍ତ କରାଇବାର ଘୋଷଣା କରିଥିଲେ । ଏହାପରେ ଦୁଇ ଦେଶ ମଧ୍ୟରେ ଲାଗିଥିବା ଅଶାନ୍ତ ସ୍ଥିତିରେ ସୁଧାର ଆସିଥିଲା । ଇତି ମଧ୍ୟରେ ୱିଙ୍ଗ କମାଣ୍ଡ ଭାରତ ଫେରିବାକୁ ନେଇ ପାକିସ୍ତରନର ଅଭିନେତା ତଥା ପ୍ରଯୋଜକ ଜମାଲ ଶାହା ପ୍ରତିକ୍ରିୟା ରଖିଛନ୍ତି । ସେ ମିଡିଆ ସାକ୍ଷାତକାରରେ କହିଛନ୍ତି କି , ‘ଯଦି ମୁଁ ହୋଇଥାନ୍ତି ତେବେ ଏଭଳି କରିନଥାନ୍ତି । ପାକିସ୍ତାନର ଅଧିକାଂଶ ଲୋକଙ୍କ ଇଛା ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଭାରତ ଦାୟିତ୍ୱରେ ଦିଆଯାଉ ।’
କେବଳ ଏତିକି ନୁହେଁ ପୁଲୱାମା ହମଲା ପରେ ପାକିସ୍ତାନ କଳାକାରଙ୍କୁ ନେଇ ବଲିଉଡର ଶକ୍ତି ଉପରେ ଜମାଲ କହିଛନ୍ତି କି , ‘ କଳା ଏବଂ ସଂସ୍କୃତି ଏଭଳି ଏକ ଜରିଆ ଯାହାଫଳରେ ଆମେ ସମସ୍ତେ ଅନ୍ୟମାନଙ୍କ ସହ ନିକଟତର ହୋଇଥାଉ । କଳା ମାଧ୍ୟମରେ ଆମ ମଧ୍ୟରେ ଥିବା ଦୂରତା ଦୂର ହୋଇଥାଏ । ଭାରତ ଏବଂ ପାକିସ୍ତାନ ଆପସରେ ସଙ୍ଗୀତ ସମେତ ବିଭିନ୍ନ କଳାକୁ ସେୟାର କରିଥାନ୍ତି । ଏହା ଆମ ଦୁଇ ଦେଶ ପାଇଁ ଖୁସିର କଥା ହେବ ଯଦି ଆମେ ଦେଶରେ ଶାନ୍ତି ଫେରାଇବା ପାଇଁ ଗୋଟେ ମଉକା ଦେବା ।’