ମୁମ୍ବାଇ (ଏଟିଆର ବ୍ୟୁରୋ): ସହୀଦ ଯବାନଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲେ ବଲିଉଡ କଲାକାର ଅଜୟ ଦେବଗନ,ମାଧୁରୀ ଦିକ୍ଷିତ ଏବଂ ଅନୀଲ କପୁର ଷ୍ଟାରର ଫିଲ୍ମ ‘ଟୋଟାଲ ଧମାଲ’ର ପୂରା ଟିମ୍ ।
ଟୋଟାଲ ଧମାଲର ପୂରା ଟିମ୍ ଯବାନଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଟ୍ରେଡ ଆନାଲିଷ୍ଟ ଟ୍ୱିଟ୍ କରି କହିଛନ୍ତି କି, ‘ଟୋଟାଲ ଧମାଲ’ର ସମ୍ପୂର୍ଣ୍ଣ ଟିମ୍, ଯେପରି କ୍ରୁ ମେମ୍ବର, କାଷ୍ଟ ଏବଂ ମେକର୍ସଙ୍କ ପକ୍ଷରୁ ସହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Team #TotalDhamaal – the entire crew, actors and makers – donate ₹ 50 lakhs to families of soldiers who were martyred in the #Pulwama terror attack. #PulwamaAttack #PulwamaTerrorAttacks
— taran adarsh (@taran_adarsh) February 18, 2019
କେବଳ ଏତିକି ନୁହେଁ ଅଭିନେତା ଅଜୟ ଦେବଗନ୍ ଟ୍ୱିଟ୍ କରି କହିଛନ୍ତି କି , ଆତଙ୍କବାଦୀ ହମଲାର ନିନ୍ଦା କରିବା ସହ ଟୋଟାଲ ଧମାଲର ଟିମ୍ ନିଷ୍ପତ୍ତି ନେଇଛି ଯେ ଏହି ଫିଲ୍ମକୁ ପାକିସ୍ତାନରେ ରିଲିଜ୍ କରିବାକୁ ଦେବେ ନାହିଁ ।
In light of the current situation the team of Total Dhamaal has decided to not release the film in Pakistan.
— Ajay Devgn (@ajaydevgn) February 18, 2019
ଏହାପୂର୍ବରୁ ସଲମାନ୍ ଖାନ୍ ତାଙ୍କ ଏନଜିଓ ବୋଇଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଜମ୍ମୁ-କଶ୍ମୀର ପୁଲୱାମା ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହୀଦ ଯବାନଙ୍କ ପରିବାରକୁ ସହାୟତା କରିଥିଲେ । ଫିଲ୍ମ ‘ଉରୀ: ଦି ସର୍ଜିକାଲ ଷ୍ଟ୍ରାଇକ’ର ସମ୍ପୂର୍ଣ୍ଣ ଟିମ୍ ବି ଏହି ଆକ୍ରମଣରେ ସହୀଦ ଯବାନଙ୍କୁ ଗୋଟେ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ଏହବ୍ୟତିତ ସହୀଦ ଯବାନଙ୍କ ପାଇଁ ସହାୟତା ରାଶି ଭାବେ ଅମିତାଭ୍ ବଚ୍ଚନ ୫.୫ ଲକ୍ଷ ଟଙ୍କା,ଦିଲଜିତ୍ ଦୋସାଞ୍ଝ ୩ ଲକ୍ଷ,କୈଳାଶ ଖେର ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।