ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ ଜଗତର ଏଭରଗ୍ରିନ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ୍ ଭେରିଫାଏଡ୍ ଅଟେ । କିନ୍ତୁ ଏବେ ତାଙ୍କ ଆକାଉଣ୍ଟରେ ଗୋଟେବି ଫୋଟ ନାହିଁ । ଅଭିନୟ ଜଗତରୁ ରାଜନୀତି ଜଗତକୁ ଆସିଥିବା ଉର୍ମିଳା ମାତୋଣ୍ଡକରଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ଗତ ବୁଧବାର ଦିନ ହ୍ୟାକ୍ ହୋଇଛି ବୋଲି ସେ ନିଜେ ଟ୍ୱିଟର ମାଧ୍ୟମରେ ଜଣାଇଥିଲେ । ଟ୍ୱିଟରରେ ସେ ଲେଖିଥିଲେ , ‘ପ୍ରଥମେ ସେମାନେ ତମକୁ ମେସେଜ କରିବେ , ପରେ ସେ ଆକାଉଣ୍ଟକୁ ଭେରିଫାଏଡ କରିବାକୁ କିଛି ବାଟ କହିବେ ଏବଂ ପରେ ଆକାଉଣ୍ଟ ହ୍ୟାକ ହେଇଯିବ ସତରେ ?
ସୂଚନାନୁସାରେ ଉର୍ମିଳା ଏଥିପାଇଁ ମହାରାଷ୍ଟ୍ର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହାପରେ ଏହି ୪୬ ବର୍ଷିୟ ଅଭିନେତ୍ରୀ କହିଛନ୍ତି, ସେ ମଧ୍ୟ ସାଇବର କ୍ରାଇମ ସେଲରେ ଆକାଉଣ୍ଟ ହ୍ୟାକକୁ ନେଇ ଏଫ୍ଆଇଆର୍ ଦାଖଲ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ମହିଳାମାନେ ସାଇବର ଅପରାଧକୁ ହାଲୁକା ଭାବେ ନେବା ଉଚିତ ନୁହଁ । ସାଇବର ଅପରାଧ ଏମିତି କିଛି ନୁହଁ ଯାହାକୁ ମହିଳା ମାନେ ହାଲୁକା ଭାବେ ଗ୍ରହଣ ଭାବେ ଗ୍ରହଣ କରିବା ଉଚିତ୍ । ମୁଁ ପୋଲିସ୍ ସାଇବର କ୍ରାଇମ ଡେପୁଟି କମିଶନର ଶ୍ରୀମତୀ ରଶ୍ମୀ କରାଣ୍ଡିକରଙ୍କୁ ଭେଟିଥିଲି, ଯିଏ ମତେ ଅନେକ ସୂଚନା ଦେଇଥିଲେ । ଅଭିନେତ୍ରୀ ଉର୍ମିଳା ମାତୋଂଡକରଙ୍କ ପ୍ରଥମ ଫିଲ୍ମ ଥିଲା ‘କଲିୟୁଗ’ କିନ୍ତୁ ତାଙ୍କୁ ପରିଚୟ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଫିଲ୍ମ ‘ମାସୁମ ଫିଲ୍ମରୁ ମିଳିଥିଲା ।