ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଉର୍ବସୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟତା ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ଏବଂ ସାଧାରଣ ଲୋକ ତାଙ୍କର ଏହି ସୁନ୍ଦରତା ପାଇଁ ବେଶ୍ ପ୍ରଶଂସା କରିଥାନ୍ତି । ଯେତେବେଳେ ତାଙ୍କୁ ସୁନ୍ଦରତାର ରାଜ୍ ପଚରା ଯାଇଥାଏ,ସେ ସର୍ବଦା ଉତ୍ତରାଖଣ୍ଡର ଜଳବାୟୁର କମାଲ ବୋଲି କହିଥାନ୍ତି । ତଥାପି ମଧ୍ୟ ଉର୍ବସିଙ୍କ ପ୍ରଶଂସକ ମାନେ ତାଙ୍କର ଫିଟନେସ ମନ୍ତ୍ର ଜାଣିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଉର୍ବସିଙ୍କ ତ୍ୱଚା ସର୍ବଦା ଚମକି ଥାଏ ।
ଉର୍ବସିଙ୍କ ଡାଏଟ ପ୍ଲାନ ବହୁତ ସରଳ । ସକାଳୁ ଜଳଖିଆରେ କେବଳ ଖୀର ପିଇଥାନ୍ତି,ଖରାବେଳେ ମଧ୍ୟାହ୍ନ ଭୋଜନରେ ରୁଟି ଓ ଡାଲି,ଏବଂ ରାତିରେ ରୁଟି ଓ ସବୁଜ ପରିବା ତରକାରି ଖାଇଥାନ୍ତି । ଏହାସହିତ ସେ ସକାଳୁ ଉଠି ପ୍ରାତଃଭ୍ରମଣ କରିଥାନ୍ତି । ଏହା ତାଙ୍କର ଛୋଟ ବେଳରୁ ଅଭ୍ୟାସ ।
ଉର୍ବସିଙ୍କ କହିବାନୁଯାୟୀ, ଉତ୍ତରାଖଣ୍ଡର ଜଳବାୟୁ ପାଇଁ ଆଜି ମୁଁ ଏତେ ସୁନ୍ଦର ଦିଶୁଛି । ଯେବେ ବି ମୁଁ ମୋ ଗାଁକୁ ଯାଏ ଆହୁରି ସୁନ୍ଦର ହୋଇକି ଆସେ । ଏବଂ ଉତ୍ତରାଖଣ୍ଡର ପ୍ରାକୃତିକ ଜିନିଷ ବ୍ୟବହାର କରିବା ଦ୍ୱାରା ସୌନ୍ଦର୍ଯତା ଦ୍ୱିଗୁଣିତ ହୋଇଯାଇଥାଏ । ଏହା ସାମ୍ନାରେ ମୋ ଡାଏଟ ପ୍ଲାନ କିଛି ବି ନୁହଁ ।
ଏହା ବ୍ୟତିତ ଉର୍ବସିଙ୍କର କୌଣସି ଖରାପ ଅଭ୍ୟାସ ନାହିଁ । ସେ କଦାପି ଚା’ କିମ୍ବା ଅନ୍ୟ ପାନୀୟ ଡ୍ରିଙ୍କସ୍ ପାନ କରନ୍ତି ନାହିଁ ।