ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଉର୍ବସୀ ରାଉତେଲା ଏବଂ ବୋନି କପୁରଙ୍କ ଭାଇରାଲ ଭିଡିଓକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଉର୍ବସୀ । ସେ ଟ୍ୱିଟ୍ କରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ଜଣେ ନାମୀଦାମୀ ବ୍ୟବସାୟୀଙ୍କ ବାହାଘରରେ ଏହି ଦୁଇ ଷ୍ଟାରଙ୍କ ଭିଡିଓ ଗତ କିଛି ଦିନ ହେବ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଉର୍ବସୀ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି କି, ‘ହୁଏତ ଏହା ଭାରତର ସବୁଠାରୁ ବଡ ଖବରକାଗଜର ଖବର ହେବ? ଦୟାକରି ଆପଣମାନେ ନାରୀ ଶକ୍ତି ଏବଂ ମହିଳା ଲିବେରେସନ୍ କଥା କୁହନ୍ତୁନି, ଯେପର୍ଯ୍ୟନ୍ତ ଆପଣ ବୁଝିପାରି ନାହାନ୍ତି ମହିଳାଙ୍କୁ କିଭଳି ସମ୍ମାନ କରାଯାଏ ।’ ଉର୍ବସୀଙ୍କ ଏହି ଜବାବରେ କିଛି ୟୁଜର୍ସ ତାଙ୍କୁ ସମର୍ଥନ ଜଣାଇଥିବା ବେଳେ କିଛି ୟୁଜର୍ସ ତାଙ୍କୁ ଜଜ୍ କରିଛନ୍ତି ।
Presumably one of the India's 'SUPREME' newspaper and this is 'NEWS'!!??
Please dont talk about GIRL POWER or WOMEN’S LIBERATION when YOU don't know how to RESPECT/HONOUR GIRLS. pic.twitter.com/QK2Xc2tuSB— URVASHI RAUTELA (@UrvashiRautela) April 1, 2019
ସୋସିଆଲ ମିଡିଆରେ ଭାଇରାଲ ହେଊଥିବା ଏହି ଭିଡିଓରେ ଉର୍ବସୀ ଏବଂ ବୋନି କପୁର ଏକସଙ୍ଗରେ ମିଡିଆ ସାମ୍ନାରେ ଫଟୋ ପୋଜ୍ ଦେଉଥିବାର ନଜର ଆସୁଛନ୍ତି । ପୋଜ୍ ଦେବା ପରେ ବୋନି କପୁରଙ୍କ ହାତ ଉର୍ବସୀଙ୍କ ଅଣ୍ଟା ତଳକୁ ଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିଲା ପରେ ଲୋକ ବୋନି କପୁରଙ୍କୁ ଉପରେ ଭଡକିବା ସହ ଅନେକ କଥା ମଧ୍ୟ ଶୁଣାଇଛନ୍ତି । କିଛି ଲୋକ ଏଭଳି ମଧ୍ୟ କହିଛନ୍ତି କି, ଯଦି ମିଡିଆ ସାମ୍ନାରେ ଏଭଳି ହେଉଛି ତେବେ ବିଟାଉନର ପରଦା ପଛରେ ଆଉ କ’ଣ କ’ଣ ହେଉଛି ।