ମୁମ୍ବାଇ (ଏଟିଆର ବ୍ୟୁରୋ): ସର୍ବଦା ବିବାଦୀୟ ବୟାନ ବାଜିକୁ ନେଇ ପାକିସ୍ତାନୀ ଅଭିନେତ୍ରୀ ବିଣା ମଲ୍ଲିକ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ବିଣାଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆଜ୍ଞା ହଁ ଭାରତୀୟ ବାୟୁସେନା ବିମାନ ଏଏନ-୩୨ ବିମାନ ନିଖୋଜକୁ ନେଇ ସେ ବିବାଦୀୟ ବୟାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ମଜାକ ଉଡାଇଛନ୍ତି । ଏହାପରେ ଲୋକେ ବିଣା ମଲ୍ଲିକଙ୍କର ଜବରଦସ୍ତ କ୍ଲାସ ନେଇଛନ୍ତି ।
ନିକଟରେ ବିଣା ମଲ୍ଲିକ ଟ୍ୱିଟ୍ କରି ଲେଖିଛନ୍ତି କି, ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଦୁର୍ଘଟଣାଗସ୍ତ ହୋଇନାହିଁ, ପାଗ ବହୁତ ଖରାପ ରହିଛି ଏବଂ ରଡାର ଏହାକୁ ଠାବ କରି ପାରିବେ ନାହିଁ । ମିଲିଟ୍ରି ସାଇଣ୍ଟିଷ୍ଟ ପିଏମ ଶ୍ରୀ ନରେନ୍ଦ୍ର ମୋଦି ।
#IAF An-32 hasn’t crashed.
Weather is too CLOUDY and Radars can’t detect it, – Military Scientist, PM Shree #NarendraModi 😀@IAF_MCC @narendramodi— VEENA MALIK (@iVeenaKhan) June 3, 2019
ଏହି ଟ୍ୱିଟର ପରେ ୟୁଜର୍ସ ବିଣାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏନେଇ ଲୋକେ ଭିନ୍ନ ଭିନ୍ନ କଂମେଟ ମଧ୍ୟ କରୁଛନ୍ତି । ବିଣାଙ୍କ ଟ୍ୱିଟ୍ କୁ ନେଇ ଜଣେ ୟଜର୍ସ ଲେଖିଛନ୍ତି କି ପରଫେକ୍ଟ ଉଦାହରଣ, ଯେଉଁ ଥାଳିରେ ଖାଇବ ସେହି ଥାଳିରେ ଛେପ ପକାଇବ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏହି ପାକିସ୍ତାନୀଙ୍କୁ ଚିପ୍ ପବ୍ଲିସିଟି ନେବା ବହୁତ ଭଲ ଭାବେ ଜଣା, ଖାଲି ମିଛ କହିବା ଆସେ । ଏମାନଙ୍କୁ ଏବେ କାମ ମିଳୁ ନାହିଁ ବୋଲି ଏଭଳି କାମ କରୁଛନ୍ତି ।
ଖବରମୁତାବକ, ଭାରତୀୟ ବାୟୁସେନା ବିମାନ ଏଏନ୍ ୩୨ ଆସାମର ଜୋରହାଟ ରୁ ସୋମବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡାଣ ଭରିବା ନିଖୋଜ ହୋଇ ଯାଇଛି । ଏନେଇ ଲଗାତର ଭାବେ ସର୍ଚ୍ଚ ଅପରେଶନ ଜାରି ରହିଛି ।