ମୁମ୍ବାଇ (ଏଟିଆର ବ୍ୟୁରୋ): ବିକ୍ରମ ବେଦ୍ୟା ୨୦୧୭ ର ହିନ୍ଦି ରୂପାନ୍ତରଣ ଗତବର୍ଷ ଚର୍ଚ୍ଚାରେ ରହି ଆସିଛି । ଏବେ ଜାଣିବାକୁ ମିଳିଛି କି ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀଙ୍କ ଅଭିନୀତ ଫିଲ୍ମ ଅକ୍ଟୋରବରରେ ଆରମ୍ଭ ହେବାକୁ ଯାଉଛି । କୁହାଯାଉଛି କି ନିର୍ଦ୍ଦେଶକ ଯୋଡି ପୁଷ୍କର-ଗାୟତ୍ରୀ ଯିଏ ତାମିଲ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସେ ହିନ୍ଦି ରିମେକ କୁ ପ୍ରସ୍ତୁତ କରିବେ । ଏହାର ସୁଟିଙ୍ଗ ସର୍ବିଆରେ ହେବ ।
ଏକ ରିପୋର୍ଟ ମୁତାବକ, ହ୍ରିିତିକ, ସୈଫ ଏବଂ କୃ ମେମ୍ବରମାନେ ଫିଲ୍ମର ସୁଟିଂ ପାଇଁ ସର୍ବିଆ ଯିବେ । ଯାହାପରେ ଜର୍ଜିଆରେ ଏକ ଶେଡ୍ୟୁଲ ହେବ । ବିଦେଶୀ ଲୋକେସନରେ ଆକ୍ସନ ଦୃଶ୍ୟର ସୁଟିଂ ଶେଷ କରିବାର ଆଗ ଯୋଜନା ରହିଛି । ଏହି ଥ୍ରିଲର ଫିଲ୍ମରେ ସୈଫ ବିକ୍ରମ ଭୁମିକାରେ ଅଭିନୟ କରୁଥିବା ବେଳେ ବେଦ୍ୟା ଭୂମିକାରେ ହ୍ରିତିକ ଅଭିନୟ କରିବେ ।