ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଆତଙ୍ଗ ଖେଳାଉଛି ମହାମାରୀ କରୋନା । ଦୈନିକ ମାମଲା ଏବେ ୪ ଲକ୍ଷ ଉପରେ ଚିହ୍ନଟ ହେଉଛି । ହସ୍ପିଟାଲରେ ବେଡ ଏବଂ ଅକ୍ସିଜେନର ଅଭାବ ଦେଖାଦେଉଛି । ଭାରତର ଏଭଳି ସ୍ଥିତି ଦେଖି ସାହାଯ୍ୟ କରିବା ପାଇଁ ଅନେକ ଦେଶ ହାତ ବଢାଇଛନ୍ତି । ଏହାସହିତ ବଲିଉଡ କଳାକାରମାନେ ମଧ୍ୟ ଦେଶକୁ ସାହାଯ୍ୟ କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଗରିବ ଲୋକଙ୍କ ସାହାଯ୍ୟ କରିବା ପାଇଁ ପାଣ୍ଠି ସଂଗ୍ରହ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି ବିରାଟ ଓ ଅନୁଷ୍କା ।
ବିରୁଷ୍କା ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି କି, ବର୍ତ୍ତମାନ ଭାରତର ସ୍ଥିତି ପୁରା ଖରାପ । ଯେଉଁମାନେ ଦିନ ରାତି ଆମ ପାଇଁ ଲଢୁଛନ୍ତି ତାଙ୍କୁ ସଲାମ । କିନ୍ତୁ ଏବେ ତାଙ୍କୁ ଆମର ଆବଶ୍ୟକତା ରହିଛି ତାଙ୍କ ସହିତ ଛିଡା ହେବାର ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଏକ ଫଣ୍ଡ ରେଜର ଆରମ୍ଭ କରିଛୁ ।
ଏହାସହିତ ବିରୁଷ୍କା କରୋନା ରିଲିଫ ଫଣ୍ଡକୁ ୨ କୋଟି ଟଙ୍କା ମଧ୍ୟ ଦାନ କରିଛନ୍ତି । ସେହିପରି ଗତବର୍ଷ ମଧ୍ୟ ଉଭୟ ପତି ପିତ୍ନୀ ପିଏମ କେୟାର ଫଣ୍ଡକୁ ୩ କୋଟି ଟଙ୍କା ଦାନ କରିଥିଲେ ।