ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତଥା ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ବିରାଟ କୋହଲିଙ୍କ ପତ୍ନୀ ଗତକାଲି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ନିଜେ ବିରାଟ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।
ଏହାପରେ ବିରୁଷ୍କାଙ୍କ ଫ୍ୟାନ୍ସ ସମେତ ବଲିଉଡ କଳାକାର ଏବଂ କ୍ରିକେଟ ଜଗତର ଅନେକ ହସ୍ତୀମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି । କେବଳ ଏତିକି ନୁହେଁ ବିରୁଷ୍କାଙ୍କ ଅନେକ ଫ୍ୟାନ୍ସ ମାନେ ତାଙ୍କୁ ତାଙ୍କ ଝିଅର ନାଁ ବି ସଜେଷ୍ଟ କରିଛନ୍ତି । ଏହାରି ମଧ୍ୟରେ ବିରୁଷ୍କା ତାଙ୍କ ଝିଅର ନାଁ ଅନବୀ ରଖିଛନ୍ତି ।
ଋିପୋର୍ଟ ମୁତାବକ, ବିରାଟ କୋହଲି ଏବଂ ଅନୁଷ୍କା ତାଙ୍କ ଝିଅର ନାଁ ଅନବୀ ରଖିଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏହି ନାଁ ଟି ଅନୁଷ୍କା ଏବଂ ବିରାଟଙ୍କ ନାଁ ଯୋଡି କରାଯାଇଛି । ପ୍ରକୃତରେ ଅନବୀ’ର ଅର୍ଥ ହେଉଛି ଅନ୍ଧକାରକୁ ଦୂର କରିବା । ସେହିପରି ସନାତନ ଧର୍ମ ରେ ମା’ ଲକ୍ଷ୍ମୀଙ୍କୁ ‘ଅନବୀ’ ନାମରେ ଜଣାଯାଇଥାଏ ।