ମୁମ୍ବାଇ (ଏଟିଆର ବ୍ୟୁରୋ): ଏବେ ଚାରିଆଡେ ଚାଲିଛି ବାହାଘର ସିଜିନ୍ । ନିକଟରେ ବଲିଉଡ କଳାକାର ଦୀପଭୀର୍ ଙ୍କ ବାହାଘର ସରୁ ସରୁ ପୁଣି ଏବେ ରିଲାଏନ୍ସ କମ୍ପାନୀର ମାଲିକ ତଥା ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରେ ବାହାଘରର ରଶମ ଆରମ୍ଭ ହୋଇ ଯାଇଛି । ଆଜ୍ଞା ହଁ ମୁକେଶ ଏବଂ ନୀତାଙ୍କ ଝିଅ ଇଶା ଅମ୍ବାନୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଆସନ୍ତା ଡିସେମ୍ବର ୧୨ ତାରିଖରେ ଇଶା ଅମ୍ବାନୀ ଙ୍କ ସହ ଆନନ୍ଦ ପିରାମଲ ଙ୍କର ହାତ ଗଣ୍ଠି ପଡିବ । ସେନେଇ ଏବେଠାରୁ ସେଲିବ୍ରେଶନ ଆରମ୍ଭ ହୋଇଗଲାଣି ।
ଖବରମୁତାବକ , ବାହାଘର ପୂର୍ବର ରଶମ ପ୍ରଥମେ ଉଦୟପୁରରେ ହେବ ଏବଂ ପରେ ମୁମ୍ବାଇରେ ହେବ ବୋଲି ଜାଣିବାକୁ ମିଳିଛି । ନିକଟରେ ଅମ୍ବାନୀ ହାଉସରେ ଇଶା ତାଙ୍କ ଦାଦି ମା’ଙ୍କ ଆର୍ଶିବାଦ ନେଇଥିଲେ । ଏହି ସମୟରେ ଦାଣ୍ଡିଆ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଇଶା ଏଥିରେ ଡିଜାଇନର ଅବୁ ଜାନୀ ଏବଂ ସନ୍ଦୀପ ଖୋସଲାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଟ୍ରାଡିସନାଲ ଲେହଙ୍ଗା ସହ କୁନ୍ଦନରେ ନିର୍ମିତ ଅଳଙ୍କାର ପିନ୍ଧିଥିବାର ନଜର ଆସିଥିଲେ । ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଟ୍ରାଡିସନାଲ ଲୁକ୍ ରେ ଦେଖିବାକୁ ମିଳିଥିଲା ।
Nita Ambani tonight for Isha Ambani’s wedding celebrations starting tonight with grandmas blessings and a dandiya fest. #nitaambani #ishaambani
? – https://t.co/jUzse9TiG4 pic.twitter.com/jzN3nXU64J
— Nita Mukesh Ambani (@NitaMAmbani) November 17, 2018