ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀପାବଳିର ଏହି ଖାସ ଅବସରରେ ପରଦାକୁ ଆସିଛି ତିନିଟି ନୂଆ ବଲିଉଡ ଫିଲ୍ମ । ଗୋଟିଏ ପଟେ ଅକ୍ଷୟ କୁମାରଙ୍କ ମଲଟି ଷ୍ଟାଡର ଫିଲ୍ମ ‘ହାଉସଫୁଲ ୪’ ଥିବା ବେଳେ ଅନ୍ୟପଟେ ରାଜକୁମାର ରାଓଙ୍କ ‘ମେଡ ଇନ ଚାଇନା’ ଓ ଭୂମି ପେଢନେକର – ତାପସୀ ପନୂଙ୍କ ‘ଷାଣ୍ଡ କି ଆଖ’ ରିଲିଜ ହୋଇଛି । ୨୫ ଅକ୍ଟୋବରରେ ରିଲିଜ ହୋଇଥିବା ଭୂମି ପେଢନେକର – ତାପସୀ ପନୂଙ୍କ ଷାଣ୍ଡ କି ଆଖଟି ସତ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ଏହା ହରୀୟାଣାର ଦୁଇ ସୁଟର ଜେଜେ ମାଙ୍କ କାହାଣୀ ଅଟେ । ସେମାନେ କିପରି ନିଜ ଜୀବନରେ ସଂଘର୍ଷ କରି ଆଗକୁ ଆସିଛନ୍ତି ତାହା ଉପରେ ଆଧାରିତ ଏହି ପିଲ୍ମଟି । ବକ୍ସ ଅଫିସ କଲ୍କେସନରେ ଫିଲ୍ମଟି ଏପର୍ଯ୍ୟନ୍ତ ୬.୩୦ କୋଟି ଟଙ୍କାର କରିଥିବା ଜଣା ପଡିଛି ।
ସେହିଭଳି ରାଜକୁମାର ରାଓ, ମୋନୀ ରାୟ, ବମନ ଇରାନୀଙ୍କ ଅଭିନୀତ ଫିଲ୍ମ ‘ମେଡ ଇନ ଚାଇନା’ ବକ୍ସ ଅଫିସରେ ଧିରେ ଧିରେ କଲେକ୍ସନ କରିବାରେ ଲାଗିଛି । ଏହି ଫିଲ୍ମରେ ରାଜକୁମାର ଛୋଟ ବ୍ୟବସାୟୀ ଭୂମିକାରେ ଥିବା ବେଳେ କିପରି ସେ ବଡ ବ୍ୟବସାୟୀ ହେବା ସ୍ପପ୍ନରେ କଣ ସବୁ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଫିଲ୍ମଟି ୬.୭୫ କୋଟି ଟଙ୍କାର ବ୍ୟବସାୟ କରିଥô୍ବାର ଜଣାପଡିଛି ।
ଏହି ଦୁଇ ଫିଲ୍ୱକୁ ପଛରେ ପକାଇ ଅକ୍ଷୟ କୁମାର, ରୀତେଶ ଦେଶମୁଖ, ବବି ଦେୱଲଙ୍କ ଭଳି ଅଭିନେତାମାନେ ଥିବା ଏହି କମେଡି ପିଲ୍ମଟି ଦୀପାବଳିର ଏହି ପର୍ବରେ ଧମାଲ ମଚାଉଛି । କମେଡି ଫିଲ୍ୱ ହିସାବରେ ପ୍ରଥମ ଦିନରେ ୩୪.୫୬ କୋଟି ଟଙ୍କାର ବ୍ୟବସାୟ କରି ନିଜ ନାମରେ ରେକଡ କରିଛି ଏହି ଫିଲ୍ୱ । ସେହିଭଳି ଏପର୍ଯ୍ୟନ୍ତ ପାଖାପାଖି ୭୫କୋଟି ଟଙ୍କାର ବ୍ୟବସାୟ କରିବା ସହ ବକ୍ସ ଅଫିସରେ ହଙ୍ଗାମା ମଚାଇବାରେ ଲାଗିଛି । ଏହା ଆହୁରି ମଧ୍ୟ ବକ୍ସ ଅଫିସ କଲେକ୍ସନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି ।