ମୁମ୍ବାଇ (ଏଟିଆର ବ୍ୟୁରୋ): ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ ର ରାଜଭବନଠାରେ ବଲିଉଡ ପ୍ରତିନିଧିମଣ୍ଡଳ ସହ ସାକ୍ଷାତ କରିଥିଲେ । ଏହି ମିଟିଙ୍ଗରେ ମନୋରଞ୍ଜନ ଜଗତର ଅନେକ ପ୍ରସଙ୍ଗ ଉପରେ ବାର୍ତ୍ତାଳାପ ହୋଇଥିଲା । କିନ୍ତୁ ସିନେମା କ୍ଷେତ୍ରକୁ ଅଧିକ ବିକଶିତ କରିବା ପାଇଁ ହୋଇଥିବା ମିଟିଙ୍ଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କେବଳ ଚର୍ଚ୍ଚା ତ ନୁହେଁ ଏଥିରେ ରାଗି ଯାଇଛନ୍ତି ଅଭିନେତ୍ରୀ ଦିୟା ମିର୍ଜା ।
ପ୍ରକୃତରେ ଏହି ମିଟିଙ୍ଗର ଏକ ଫଟୋ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଟ୍ୱିଟ୍ କରିଥିଲେ, ଯାହାକୁ ଦେଖିଲା ପରେ ଅଭିନେତ୍ରୀ ଦିୟା ମିର୍ଜା ଭଡକି ଯାଇଛନ୍ତି । ଏହାର କାରଣ ହେଉଛି ଏହି ମିଟିଙ୍ଗ୍ ରେ କେବଳ ପୁରୁଷଙ୍କୁ ଛାଡି ଦେଲେ କୌଣସି ମହିଳାଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଦିୟା ,ଅଭିନେତା ଅକ୍ଷୟ କୁମାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଅକ୍ଷୟଙ୍କ ଟ୍ୱିଟ୍ ଉପରେ ଦିୟା ରିଟ୍ୱିଟ୍ କରି କହିଛନ୍ତି କି, ‘ଏହା ଆଶ୍ଚର୍ଯ୍ୟଜନକ!ଅକ୍ଷୟ କୁମାର, କୌଣସି କାରଣ ଅଛି କି ଯେଉଁଥି ପାଇଁ ଏହି ମିଟିଙ୍ଗ୍ ରେ ଜଣେ ହେଲେ ବି ମହିଳା ଉପସ୍ଥିତ ନାହାଁନ୍ତି ।’ ଦିୟାଙ୍କ ଏହି ପ୍ରଶ୍ନ ପରେ ଲୋକେ ବି ଏହାକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆର ପ୍ରଶ୍ନ ଘେରରେ ଏହି ମିଟିଙ୍ଗ୍ ।
ଦିୟା କରିଥିବା ପ୍ରଶ୍ନ ପାଇଁ କିଛି ଲୋକ ପ୍ରଶଂସା କରୁଛନ୍ତି ତ..ଆଉ କିଛି ଲୋକ ସବୁ ସ୍ଥାନରେ ବାରାବର ନହେବା ପାଇଁ କହିଛନ୍ତି । ଏହାସହିତ କିଛି ଲୋକ ପ୍ରଧାନମନ୍ତ୍ରୀଙ୍କୁ ବି ପ୍ରଶ୍ନ କରିବା ସହ ଏହି ପ୍ରସଙ୍ଗରେ ବିଜେପିର ଆଲୋଚନା କରିଛନ୍ତି ।
ଏହି ମିଟିଙ୍ଗ୍ ରେ ପ୍ରଧାନମନ୍ତ୍ରୀଙ୍କ ସମେତ ଫିଲ୍ମ ନିର୍ମାତା ରିତେଶ ସିଦ୍ଧୱାନୀ, କରଣ ଜୋହର, ସିଦ୍ଧାର୍ଥ ରାୟ କପୁର, ରାକେଶ ରୋଶନ, ରୋନି ସ୍କୃୱାଲା ଏବଂ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡର ଅଧ୍ୟକ୍ଷ ପ୍ରସୁନ ଯୋଶୀ ଆଦି ସାମିଲ ଥିଲେ ।