ମୁମ୍ବାଇ(ଏଟିଆର ବ୍ୟୁରୋ): ଦିପିକାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଛପାକ’ ରିଲିଜ ପୁର୍ବରୁ ହିଁ ବହୁ ବିବାଦରେ ଛନ୍ଦି ହୋଇ ଚାଲିଛି । ଫିଲ୍ମ ନିର୍ମାତାଙ୍କ ଅନୁସାରେ ଛପାକ୍ ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା । ଏଥିରେ ଦିପିକା , ଏସିଡ୍ ଆଟାକର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।
ଫିଲ୍ମଟି ନିର୍ଦ୍ଦେଶନା ମେଘନା ଗୁଲଜାର ଦେଇଥିବା ବେଳେ ଫିଲ୍ମରେ ଦିପିକାଙ୍କ ସହ ବିକ୍ରାନ୍ତ ମେସି ନଜର ଆସୁଛନ୍ତି ।
ତେବେ ସୁଚନା ଅନୁସାରେ ରାକେଶ ଭାରତୀ ନାମକ ଜଣେ ଲେଖକ ‘ଛପାକ୍’ ନାଁରେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ସେ ଏହି ଫିଲ୍ମ ଉପରେ ସ୍କ୍ରିପ୍ଟ ଚୋରିର ଆରୋପ ଲଗାଇଛନ୍ତି ।
ରାକେଶ ଭାରତୀଙ୍କ ଦାବି ଅନୁସାରେ ସେ ପୁର୍ବରୁ ଏହି ଫିଲ୍ମର କାହାଣୀ ବିଷୟରେ ଭାବିଥିଲେ ଏବଂ ଛପାକ୍ ଫିଲ୍ମର ନିର୍ମାତାଙ୍କୁ ମଧ୍ୟ ତାଙ୍କ ଆଇଡିଆ ଓ କାହାଣୀ ଶୁଣାଇଥିଲେ । କିନ୍ତୁ ତାଙ୍କୁ ନଜଣାଇ ଫିଲ୍ମଟି ତିଆରି କରାଯାଇଛି ଏବଂ ସେ ଯାଣିବା ମାତ୍ରେ ହିଁ ଫିଲ୍ମର ପ୍ରଯୋଜକ ସଂସ୍ଥା କୁ ପ୍ରଶ୍ନ ମଧ୍ୟ କରିଥିଲେ । ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣଷି ଉତ୍ତ ର ନପାଇ ବାଧ୍ୟ ହୋଇ ରାକେଶ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଏନେଇ ଆସନ୍ତା ୨୭ ତାରିଖରେ କୋର୍ଟରେ ଶୁଣାଣି ହେବ । ଏଥି ସହିତ ରାକେଶ କୋର୍ଟକୁ ଅନୁରୋଧ କରିଛନ୍ତି ଯେ ଫିଲ୍ମର ଲେଖକ ହିସାବରେ ତାଙ୍କୁ କ୍ରେଡିଟ୍ ଦିଆଯାଉ ନହେଲେ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଯାଉ ।