ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅମୀର୍ ଖାଁଙ୍କ ସହ ଆଫେୟାରକୁ ନେଇ କଡା ଜବାବ ଦେଇଛନ୍ତି ଦଙ୍ଗଲ ଗର୍ଲ ଫତିମା ସନା ଶେଖ୍ । ସେ କହିଛନ୍ତି କି, ଅମୀର୍ ଖାଁଙ୍କ ସହିତ ମୋର ଆଫେୟାର ଖବର ଦେଖି ମୁଁ ସତରେ ଚିନ୍ତାରେ ପଡିଯାଇଥିଲି । ଏହା ବହୁତ ଆଜବ । ଏହାକୁ ନେଇ ବୁଝାଇବାକୁ କୌଣସି ଜରୁରୀ ମୁଁ ମନେକରୁନି, କାରଣ ମୋତେ ଲାଗୁଛି କି ଆପଣ କ’ଣ କରୁଛନ୍ତି ଆଉ କ’ଣ ନାହିଁ ସେନେଇ କାହାରିକି କୌଣସି ଫରକ ପଡୁନାହିଁ । ‘ଲୋକଙ୍କ କଥା ହେଉଛି କହିବା, ସେ କହିବେ’ । ଏଭଳି ଖବରକୁ ନେଇ ମୁଁ ଆଉ କଣ କହିବି । ଏହି କଥାକୁ ନେଇ ମୋତେ କୌଣସି ଫରକ ପଡୁନାହିଁ ।
ଖବରମୁତାବକ, ଫତିମା ଫିଲ୍ମ ଦଙ୍ଗଲରେ ଅମୀରଙ୍କ ଝିଅ ଭୂମିକାରେ ନଜର ଆସିଥିଲେ । ଅମୀରଙ୍କ ବ୍ୟତିତ ଫତିମାଙ୍କ ଆଫେୟାର ଫିଲ୍ମରେ ଭାଇ ଭୂମିକାରେ ଅଭିନୟ କରିଥିବା ଅପାରଶକ୍ତିଙ୍କ ସହ ମଧ୍ୟ ଯୋଡି ହୋଇଥିଲା । କିନ୍ତୁ ଫତିମା ଏହି ଖବରକୁ ମିଛ ବୋଲି କହିବା ସହ ଅମୀର ଏବଂ ଅପାରଶକ୍ତି ଦୁହେଁ ବହୁତ ଭଲ ମଣିଷ ବୋଲି କହିଛନ୍ତି ।