ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କାଳରେ ‘ଅଭିନ୍ନ ଓଡିଶା’ ର ନିଆରା ପ୍ରୟାସ । ଓଡିଆ ସଙ୍ଗୀତକୁ ବିଶ୍ୱସ୍ତରରେ ଅଧିକ ପରିଚିତ କରିବା ଉଦ୍ଦ୍ୟେଶରେ ଅଭିନ୍ନ ଓଡିଶା ଆୟୋଜିତ କରୁଛି ‘ଗ୍ଲୋବାଲ ଓଡିଆ ଅନ୍ତାକ୍ଷରୀ’ । ଜୁମ୍ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମର ଡିଜିଟାଲ ପାର୍ଟନର ହେଉଛି ‘ଏଟିଆର ମିଡିଆ’ । ଭର୍ଚୁଆଲି ଏହି ଅନ୍ତାକ୍ଷରୀରେ ଭାଗ ନେବା ପାଇଁ ଅଭିନ୍ନ ଓଡିଶାର ଅଫସିଆଲ ୱେବସାଇଟ www.abhinnaodisha.com ଲଗ ଇନ୍ କରନ୍ତୁ ।
ଆସନ୍ତା ଜୁନ୍ ୧୯ ଏବଂ ୨୦ ରେ ଜୁମ୍ ପ୍ଲାଟଫର୍ମ ରେ ହେବାକୁ ଥିବା ଏହି ଅନ୍ତାକ୍ଷରୀ ର ଏଲିମିନେସନ ରାଉଣ୍ଡ ରେ ବିଶ୍ଵବ୍ୟାପୀ ଓଡ଼ିଆଏ ଭାଗ ନେଉଛନ୍ତି। ଯଦି ଓଡ଼ିଆ ସଙ୍ଗୀତ ପ୍ରତି ଆପଣଙ୍କର ରୁଚି ଅଛି ଆଉ ଆପଣଙ୍କ ଭିତରେ ଓଡ଼ିଆ ଗୀତ ଗାଇବାର ଦକ୍ଷତା ଅଛି ତେବେ ଶୀଘ୍ର ନିଜ ନାମ ରେଜିଷ୍ଟ୍ରର କରେଇ ନିଅନ୍ତୁ। ପ୍ରତି ଟିମ୍ ରେ ଦୁଇଜଣ ପ୍ରତିଯୋଗୀ ରହିବା ବାଧ୍ୟତାମୂଳକ। ସମ୍ପୂର୍ଣ୍ଣ ବିବରଣୀ ଆମ ୱେବ୍ସାଇଟ ରେ ଉପଲବ୍ଧ ଅଛି।
ସେହିପରି ଅଭିନ୍ନ ଓଡିଶାର ୟୁଟ୍ୟୁବ ଚ୍ୟାନେଲରେ ଏହି ଭର୍ଚୁଆଲ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଲାଇଭ ପ୍ରସାରିତ ହେବ ।
ମହାମାରୀ ରେ ଗୃହବନ୍ଦୀ ଥିବା ଅସଂଖ୍ୟ ଓଡ଼ିଆଙ୍କ ପାଇଁ ଅଭିନ୍ନ ଓଡ଼ିଶାର ଏଭଳି ନିଆରା କାର୍ୟ୍ୟକ୍ରମ , ମନୋରଞ୍ଜନ ର ଜବରଦସ୍ତ ଖୁରାକ ଯୋଗାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।