ମୁମ୍ବାଇ (ଏଟିଆର ବ୍ୟୁରୋ): ଦିନକୁ ଦିନ ଲୋକଙ୍କ ପ୍ରାଇଭେସିକୁ ନେଇ ସୋସିଆଲ ମିଡିଆରେ ବିପଦ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ହେଉଛି ଯାହାକୁ ନେଇ ପ୍ରଶ୍ନ ଉଠୁଛି । ନିକଟରେ କମଲ ହାସନଙ୍କ ଝିଅ ଶୃତି ହାସନଙ୍କ ପ୍ରାଇଭେଟ ଫଟୋ ଲିକ୍ ହୋଇଥିଲା । ଏପର୍ଯ୍ୟନ୍ତ ସେହି ମାମଲ ଶାନ୍ତ ନପଡୁଣୁ ଏବେ ପୁଣି ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ପ୍ରାଇଭେଟ ଫଟୋ ଇଣ୍ଟରନେଟ୍ ରେ ଘୁରି ବୁଲୁଛି ।
ପ୍ରାଇଭେଟ୍ ଫଟୋ ଲିକ୍ ହେବା ପରେ ହଂସିକା ଚିନ୍ତାରେ ପଡିଛନ୍ତି । ତାଙ୍କର ଏହି ଫଟୋ କୌଣସି ହଲିଡେ ଟ୍ରିପ୍ ର ବୋଲି ଜଣାପଡିଛି । ଏହି ଫଟୋରେ ସେ ବିକିନ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଏଯାବତ୍ ସ୍ପଷ୍ଟ ହୋଇନାହିଁ କି ନ୍ଲାଇନ୍ ରେ ଫଟୋ କିଭଳି ଲିକ୍ ହେଲା ।
ଫଟୋ ଲିକ୍ ହେବାକୁ ନେଇ ଏପର୍ଯ୍ୟନ୍ତ ନା ହଂସିକା କୌଣସି ବୟାନ ଦେଇଛନ୍ତି ନା ପୋଲିସରେ ଅଭିଯୋଗ । ଏଠି ପ୍ରଶ୍ନ ଉଠୁଛି କି ହଂସିକା ତାଙ୍କର ଏହି ଫଟୋକୁ କୌଣସି ସୋସିଆଲ ମିଡିଆରେ ଅପଲୋଡ କରି ନାହାନ୍ତି , ତା ପରେ ବି କିଭଳି ଇଂଣ୍ଟରନେଟରେ ତାଙ୍କର ପ୍ରାଇଭେଟ୍ ଫଟୋ ଲିକ୍ ହେଲା ।