ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ର କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ମଣିକର୍ଣ୍ଣିକା: ଦି କୁଇନ୍ ଅଫ୍ ଝାନସୀ’ ଜାନୁଆରୀ ୨୫ରେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ଚିନ୍ତାରେ ପଡିଛନ୍ତି କଙ୍ଗନା । ଆଜ୍ଞା ହଁ କରଣୀ ସେନା ପକ୍ଷରୁ କଙ୍ଗନାକୁ ଧମକ ଦିଆଯିବା ପରେ ତାଙ୍କ ଘର ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । କରଣୀ ସେନା ଧମକ ଦେଇଥିଲା କି ଯେପର୍ଯ୍ୟନ୍ତ କଙ୍ଗନା କ୍ଷମାପ୍ରର୍ଥନା ନକରିଛନ୍ତି ସେପର୍ଯ୍ୟନ୍ତ ତାଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବେ । ମାତ୍ର ପୋଲିସ୍ ଏନେଇ ଅନୁମତି ଦେଇନଥିଲା ।
ମୁମ୍ବାଇ ପୋଲିସ୍ ମୁତାବକ, ଯଦି କରଣୀ ସେନା ଆନ୍ଦୋଳନ କରୁଛି ଏବଂ ଆଇନ ଭଙ୍ଗ କରୁଛି ତେବେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କରଣୀ ସେନାର ରାଷ୍ଟ୍ରୀୟ ମହାସଚିବ ଆନନ୍ଦସିଂ ଠୋକେଙ୍କ କହିବାନୁଯାୟୀ, ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ତାଙ୍କର କୌଣସି ଅସୁବିଧା ନାହିଁ । ମାତ୍ର କଙ୍ଗନା ରଣାୱତଙ୍କ ବିବାଦୀୟ ବୟାନକୁ ନେଇ ସେମାନେ ଆନ୍ଦୋଳନୁ ଓହ୍ଲାଇଛନ୍ତି । ଯେଉଁ ପର୍ଯ୍ୟନ୍ତ କଙ୍ଗନା କ୍ଷମା ନମାଗିଛନ୍ତି ସେ ଯାଏଁ ଆନ୍ଦୋଳନ ଜାରି ରହିବ ।