ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ସୁପରହିରୋ ହ୍ରିତିକ ରୋଶନ୍ ଆଜିକାଲି ତାଙ୍କ ପିତା ରାକେଶ ରୋଶନଙ୍କୁ ହୋଇଥିବା କର୍କଟ ରୋଗର ଚିକିତ୍ସାରେ ବ୍ୟସ୍ତ ଅଛନ୍ତି । ଆଜି ହ୍ରିତିକଙ୍କ ୪୫ତମ ଜନ୍ମଦିବସ । ତାଙ୍କର ଏହି ଖାସ୍ ଦିନକୁ ଆହୁରୀ ସ୍ପେଶାଲ କରିଛନ୍ତି ତାଙ୍କ ଏକ୍ସ-ପତ୍ନୀ ସୁଜେନ୍ । ସେ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ହ୍ରିତିକଙ୍କ ପାଇଁ ଏକ ଭଲ ମେସେଜ୍ ଦେଇଛନ୍ତି ।
ହ୍ରିତିକ୍ ଏବଂ ସୁଜେନ୍ ଦୁହେଁ ବର୍ଷ ୨୦୧୪ରେ ହୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ଏମାନେ ଆଜି ବି ଦୁହେଁ ଦୁହିଁ ସହିତ ଅଛନ୍ତି । କେତେବେଳେ ଦୁହେଁ ଫିଲ୍ମ ହଲ ସାମ୍ନାରେ ତ ଆଉ କେତେବେଳେ ପିଲାଙ୍କୁ ନେଇ ଛୁଟି ମନାଉଥିବାର ନଜର ଆସୁଛନ୍ତି । ଦୁହେଁ ଦୁହିଁଙ୍କଠାରୁ ଅଲଗା ହେବା ପରେ ବି ତାଙ୍କ ବନ୍ଧୁତାର କୌଣସି ପ୍ରକାରର ପ୍ରଭାବ ପଡିନାହିଁ ।
ସୁଜେନ୍ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ହ୍ରିତିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି କି, ‘ହାପି ବାର୍ଥ ଡେ ମାଇଁ ବେଷ୍ଟ ଫ୍ରେଣ୍ଡ ଫରେଭର’ ।
ବର୍ତ୍ତମାନ ହ୍ରିତିକଙ୍କ ପିତା ରାକେଶ ରୋଶନଙ୍କର କର୍କଟ ରୋଗର ଚିକିତ୍ସା ଚାଲିଛି । ଏନେଇ ନିଜେ ହ୍ରିତିକ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ ।