ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ରହସ୍ୟ ଜନିକ ମୁତ୍ୟୃ ପରଠାରୁ ବଲିଉଡରେ ଏକ ଝଡ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ମୁତ୍ୟୃ ଉପରୁ ପରଦା ହଟାଇବା ପାଇଁ ସିବିଆଇ ନିଜ ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ବେଳେ ଏହାକୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାପରେ ବଲିଉଡ ସହ ଡ୍ରଗ୍ସର ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଡ୍ରଗ୍ସ ମାମଲା ସମ୍ମାକୁ ଆସିବା ଦିନଠାରୁ ବଲିଉଡର ବଡ ବଡ କଳାକାଳର , ଏହି ବିଷୟ ଉପରେ କିଛି କହିବାକୁ ନାରାଜ ଥିବା ବେଳେ ଆଜି ସଂସଦରେ ସମାଜବାଦୀ ପାର୍ଟୀର ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏହି ବିଷୟ ଉପରେ ଆଲୋଚନା କରିବା ସହ ପରୋକ୍ଷରେ କଙ୍ଗନା ଓ ସାଂସଦ ରବି କିଷନଙ୍କୁ କଟାକ୍ଷ କରିଛନ୍ତି । ବାସ୍ତବରେ ଗତକାଲି ଭୋଜପୁରୀ ସୁପରଷ୍ଟାର ତଥା ଭାରତୀୟ ଜନତା ପାର୍ଟି ସାଂସଦ ରବି କିଷନ ବଲିଉଡ ସହ ଡ୍ରଗ୍ସର ସମ୍ପର୍କରେ ନିଜର ବିବୃତ୍ତି ରଖିଥିଲେ ।
ସେ କହିଥିଲେ ଯେ, ବଲିଉଡ ଜଗତରେ ଡ୍ରଗ୍ସ ଅନୁପ୍ରବେଶ ଘଟିଛି । ଯାହା ପାକିସ୍ତାନ ଓ ଚୀନଠାରୁ ଚୋରା ଚାଳନ ହେଉଛି । ଏବେ ଏହି ଡ୍ରଗ୍ସ ଦେଶର ଯୁବ ପିଢିକୁ ନଷ୍ଟ କରିବା ପାଇଁ ଲାଗିପଡିଛି । ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଆବଶ୍ୟକ ବୋଲି ରବି କିଷନ କହିଥିବା ବେଳେ ଆଜି ସାଂସଦ ଜୟା ବଚ୍ଚନ କଟାକ୍ଷ କରି କହିଛନ୍ତି, ବଲିଉଡକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି । ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଯୋଗାଇଥାଏ ।
Entertainment industry also needs the government support as member of parliament rightly states ,It generates employment,revenue generation and does stand by every government in times of need pic.twitter.com/MLEfeq1KMD
— Juhie Singh (@juhiesingh) September 15, 2020
ଦେଶର ଆର୍ଥିକ ଅବସ୍ଥା ଭଲ ନାହିଁ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଦିଗରୁ ଧ୍ୟାନରୁ ଦୂରେଇ ରଖିବା ପାଇଁ ଏହାକୁ ଲୋକଲୋଚନ କରାଯାଉଛି । ଜୟା ବଚ୍ଚନ ଆହୁରି କହିଛନ୍ତି ଯେ ଆମେ ମଧ୍ୟ ସରକାରଙ୍କ ସମର୍ଥନ ପାଇନାହୁଁ । ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିର ସାହାଯ୍ୟରେ ସୁନାମ ଅର୍ଜନ କରିଛନ୍ତି, ସେମାନେ ହିଁ ଏହାକୁ ଏକ ବଦନାମ କରୁଛନ୍ତି । ସେମାନେ ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପକାଉଛନ୍ତି । ଏହି ଶିଳ୍ପରେ କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବାଧିକ ଟିକସ ଦିଅନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ହଇରାଣ କରାଯାଉଛି ବୋଲି କହି ଜୟା ପରୋକ୍ଷରେ କଙ୍ଗନା ଓ ରବି କିଶନଙ୍କୁ ଟାଗେର୍ଟ କରିଥିଲେ ।