ମୁମ୍ବାଇ(ଏଟିଆର ବ୍ୟୁରୋ) : ବଲିଉଡର କଳାକାରମାନେ ସବୁ ପର୍ବ ଏକ ଅଲଗା ଢଙ୍ଗରେ ପାଳନ କରନ୍ତି । କୋଭିଡ-୧୯ପାଇଁ ଖ୍ରୀଷ୍ଟମାସ ପାଳନ ଫିକା ପଡିଥିବା ବେଳେ କପୁର ପରିବାର ୨୪ ଡିସେମ୍ବରକୁ ଏକ ରାତ୍ରଭୋଜନର ଆୟୋଜନ କରିଥିଲେ । ଏହି ସମୟରେ କରିନା କପୁର ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଖ୍ରୀଷ୍ଟମାସ ପାଳନ କରୁଥିବାର ନଜର ଆସିଥିଲେ । ସେ ନିଜ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ କରିସ୍ମା କପୁର , ସୈଫ ଅଲ୍ଲୀ ଖାନ , ସୋହା ଅଲ୍ଲୀ ଖାନ , କୃଣାଲ ଖେମୁ , ଅଦାର ପୁନାବାଲା ଏବଂ ନତାଶା ପୁନାବାଲାଙ୍କ ସହ ନଜର ଆସିଥିଲେ । ଫଟୋଟିରେ ସମସ୍ତେ ଖ୍ରୀଷ୍ଟମାସ ଟୋପି ପିନ୍ଧିଥିବାର ନଜର ଆସିଥିଲେ । ଫଟୋଟି ସେୟାର କରି ସେ ଲେଖିଥିଲେ , ‘ଏକ ଅଲଗା ପ୍ରକାର ଅନୁଭବ, ଆପଣ ସମସ୍ତଙ୍କୁ ଖୀଷ୍ଟମାସର ଅନେକ ଶୁଭେଚ୍ଛା ଓ ଶୁଭକାମନା ।’
କିଛିଦିନ ପୂର୍ବରୁ କରିନା ନିଜ ପୁଅ ତୈମୁରଙ୍କ ଜନ୍ମଦିନ ପାଳନ କରୁଥିବାର ନଜର ଆସିଥିଲେ । କରିନା କପୁର ଦ୍ୱିତୀୟ ଥର ମାଆ ହେବାକୁ ଯାଉଛନ୍ତି । କିଛିଦିନ ପୂର୍ବେ କରିନା ନିଜ ବହିର କଭର ଫଟୋପାଇଁ ଫଟୋସୁଟ୍ କରିଥିଲେ । ଏହି ବହିରେ କରିନା ଗର୍ଭଧାରଣା ବିଷୟରେ କହିଛନ୍ତି । ଏହି ବହିଟିର ନାମ ହେଲା , ‘କରିନା କପୁର ଗର୍ଭଧାରଣା ବାଇବଲ୍’ ।