ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଫିଲ୍ମ ଜଗତରେ ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ପରିଚିତ ଅମୀର ଖାଁ ଆଜି ୫୫ବର୍ଷରେ ପାଦ ଥାପିଛନ୍ତି । ବଲିଉଡ ଫିଲ୍ମ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ୧୯୬୫ମସିହା ମାର୍ଚ୍ଚ ୧୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ମହମ୍ମଦ ଅମୀର ହୁସେନ ଖାନ ଆଜି ବଲିଲଡ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅମୀର ଜଣେ ଖ୍ୟାତିମାନା ଅଭିନେତା ସହ , ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ଓ ସ୍ୱଚ୍ଛାସେବୀ ଭାବେ ନିଜର ପାଇଁ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ।
ଅମୀର ଶିଶୁ କଳାକାର ଭାବେ ୧୯୭୩ ମସିହାରେ ‘ୟାଦୋଙ୍କି ବାରାତ’ ଜରିଆରେ ଫିଲ୍ମ ଜଗତରେ ପାଦ ରଖିଥିଲେ । ସେବେ ଠାରୁ ତାଙ୍କୁ ଏହି ଫିଲ୍ମ ଜଗତ ନିଜର ଦିୱାନା କରିଥିଲା । ପରେ ପରେ ଆମିର ୧୯୮୪ରେ ହୋଲି ଫିଲ୍ମ କରିଥିଲେ । ତେବେ ଅମୀର ‘କୟାମତ ସେ କୟାମତ’ ଫିଲ୍ମ ଜରିଆରେ ମୁଖ୍ୟ ଅଭିନେତା ହିସାବରେ ଅଭିନୟ କରିବାର ସୁଜଗ ପାଇଥିଲେ । ଅମୀର ଅଭିନିତ ଫିଲ୍ମ ଦିଲ୍, ରାଜା ହିନ୍ଦୁସ୍ଥାନୀ, ଲଗାନ, ଫନା, ରଙ୍ଗ ଦେ ବସନ୍ତୀ ,ତାରେ ଜମିନ ପର, ୩ ଇଡିୟଟ, ଗଜନି, ଧୁମ୩, ପି. କେ, ଦଙ୍ଗଲ ଭଳି ସୁପରହିଟ ଫିଲ୍ମ ରହିଛି । ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ୭ଟି ଫିଲ୍ମ ଫେୟାର ଆୱାର୍ଡ ସହ ୨୦୦୩ରେ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଗକୁ ତାଙ୍କ ଫିଲ୍ମ ଲାଲ ସିଂ ଚଡା ଆସିବାକୁ ଯାଉଛି । ଯାହାର ଲୁକ୍ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।