ମୁମ୍ବାଇ (ଏଟିଆର ବ୍ୟୁରୋ): କାଦର ଖାଁଙ୍କ ପରେ ଏବେ ବଲିଉଡର ବର୍ଷିୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତି ଙ୍କ ଶରୀର ଅସୁସ୍ଥ ହୋଇପଡିଛି । ୬୬ ବର୍ଷିୟ ଏହି ଅଭିନେତା ଗତ କିଛି ଦିନ ହେବ ରୋଗରେ ପିଡୀତ ଅଛନ୍ତି । ମିଥୁନ ଦାଙ୍କ ପିଠି ଯନ୍ତ୍ରଣା ହେଉଥିବାରୁ ସେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ସେଥିପାଇଁ ସେ କୌଣସି ଫିଲ୍ମରେ କାମ କରିପାରୁ ନାହାଁନ୍ତି । ଚଳିତ ମାସରେ ସେ ତାଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରିବା ଲାଗି ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଏବେ ସେ ଲସ୍ ଆଞ୍ଜେଲସ୍ ରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ଯାଏଁ ହସ୍ପିଟାଲରେ ରହିବେ,ତାଙ୍କ ପାଖରେ ତାଙ୍କ ପୁଅ ଏବଂ ବୋହୂ ଥିବା ସୂଚନା ମିଳିଛି ।
ଖବର ମୁତାବକ, ବର୍ଷ ୨୦୦୯ରେ ଏକ ଫିଲ୍ମ ସୁଟିଂ ସମୟରେ ମିଥୁନଙ୍କ ପିଠିରେ ଆଘାତ ଲାଗିଥିଲା । ମାତ୍ର ସେହି ଦିନଠାରୁ ଆଜି ଯାଏଁ ସେ ପିଠି ଯନ୍ତ୍ରଣାର ସମୁଖୀନ ହେଉଛନ୍ତି । ସେଥିପାଇଁ ୨୦୧୬ରେ ପିଠିର ଚିକିତ୍ସା ମଧ୍ୟ କରାଇଥିଲେ । କିନ୍ତୁ ଏବେ ପୁଣି ସେହି ଯନ୍ତ୍ରଣାରେ ପିଡୀତ ଅଛନ୍ତି ମିଥୁନ ଦା ।