ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲ୍ମ ବିଷୟରେ ଆଲୋଚନା କରିବା ପାଇଁ ନିକଟରେ ବଲିଉଡର କିଛି କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଥିଲେ । ସେହି ସମୟରେ ନରେନ୍ଦ୍ର ମୋଦିଙ୍କ ସହ ଏକ ସେଲଫି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହି ଫଟୋରେ ପ୍ରଧାନମନ୍ତ୍ରୀଙ୍କ ସହ କରଣ ଜୋହର, ରଣବୀର ସିଂ, ରଣବୀର କପୁର,ଭୂମି ପେଡନେକର,ଆଲିଆ ଭଟ୍ଟ, ବରୁଣ ଧୱନ, ରୋହିତ ସେଟ୍ଟୀ, ରାଜକୁମାର ରାଓ, ଏକତା କପୁର, ବିକି କୌଶଲ, ଆୟୁଷ୍ମାନ ଖୁରାନା ଏବଂ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ । ମାତ୍ର ପୁଣି ଥରେ ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ ଅଭିନେତ୍ରୀ ନଫିସା ଅଲ୍ଲୀ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରିଛନ୍ତି ।
ନଫିସା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରି ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି କି,ନିଜ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ଲାଣ୍ଡ ପିଆର୍ ଟିମ୍ ର ଭାଗୀ ହେବାର ଦେଖି ଦୁଃଖ ଲାଗୁଛି । ମୁଁ ପ୍ରାର୍ଥନା କରିବି କି ସତ ସାମ୍ନାକୁ ଆସୁ ଏବଂ ଡିଭାଇଡ ଏଣ୍ଡ ରୁଲର ନୀତି ଲୋକେ ବୁଝି ପାରନ୍ତୁ । ମୁଁ ଲୋକଙ୍କ ଅଧିକାର ପାଇଁ ଚିନ୍ତିତ ।
ଗୁଜୁରାଟରେ ହୋଇଥିବା ଦଙ୍ଗା ପରେ ମୁଁ ସେଠାରେ ଥିଲି, ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ । ଭାରତର ଏକତା ପାଇଁ ମୁଁ କାମନା କରୁଛି ।ପ୍ରକୃତରେ ବର୍ଷ ୨୦୦୨ ଗୁଜୁରାଟରେ ହୋଇଥିବା ଗୋଧରା କାଣ୍ଡ ଏବଂ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୋଷ ଲଦା ଯାଇଥିଲା । ସେଥିପାଇଁ ନଫିସା ଏହି ଫଟୋ ପୋଷ୍ଟ କରି ସିଧା ସଳଖ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।