ମୁମ୍ବାଇ (ଏଟିଆର ବ୍ୟୁରୋ): ଉଦୟ ହୋଇ ଯାଇଛି ୨୦୧୯ର ସକାଳ । ନୂତନ ବର୍ଷର ଏହି ପହିଲି ସକାଳ ବୋଲ୍ଡନେସରୁ ହିଁ ଆରମ୍ଭ କରିଛନ୍ତି କିଛି ଟିଭି କଳାକାର । ସେହି କଳାକାରମାନଙ୍କ ତାଲିକାରେ ନିଆ ଶର୍ମାଙ୍କ ନାଁ ପ୍ରଥମେ ରହିଛି । ଏହା ନିଆଙ୍କ ପାଇଁ କୌଣସି ନୂଆ କଥା ନୁହେଁ । ବୋଲ୍ଡନେସ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜ୍ଞା ହଁ ନିଆ ବର୍ଷଆରମ୍ଭ ଏକ ବୋଲ୍ଡନେସ ଫଟୋରୁ କରିଛନ୍ତି । ଏଥିରେ ତାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଯାହାକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ।
ସୂଚନାଯୋଗ୍ୟ ଏସିଆର ଟପ୍ ସେକ୍ସି ସୁପରଷ୍ଟାର ମଧ୍ୟରେ ନିଆ ଶର୍ମା ସାମିଲ ଅଛନ୍ତି । ସିରିଏଲ ‘ଜମାଇରାଜା’ ପରେ ବିକ୍ରମଭଟ୍ଟଙ୍କ ୱେବ ସିରିଜ୍ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାବ୍ୟତିତ ସେ ଖୁବ୍ ଶୀଘ୍ର ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଟିଭି ସୋ ‘ଇଶକ ମେଁ ମରଜାୱା’ ରେ ନଜର ଆସୁଛନ୍ତି ।