ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତକାଲି ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୧୪୧ ଜଣଙ୍କୁ ଏହି ସମ୍ମାଜନକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘେଷଣା କରାଯାଇଥିଲା । ତେବେ ପଦ୍ମଶ୍ରୀ ପୁରସ୍କାର ପାଇଁ କଙ୍ଗନା ରାଣାୱତଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି । ଏହାକୁ ନେଇ କଙ୍ଗନା ନିଜର ପ୍ରକ୍ରିୟା ରଖିଛନ୍ତି । କଙ୍ଗନା କହିଛନ୍ତି ଯେ, ଏତେ ବଡ ସମ୍ମାନରେ ସମ୍ମାନିତ ହେବା ପରେ ସେ ବହୁତ ଖୁସି ଅଛନ୍ତି । ଏହି ସମ୍ମାନ ପାଇଁ ସେ ସାରା ଦେଶବାସୀଙ୍କୁ ଧନ୍ୟବଦ ଜଣାଇଛନ୍ତି । ଯେଉଁ ମହିଳା ମାନେ ସ୍ୱପ୍ନ ଦେଖିବାର ସାହାସ ରଖିଛନ୍ତି ଏହି ସମ୍ମାନ ସେ ସେମାନଙ୍କୁ ସମର୍ପିତ କରିବାକୁ ଚାହୁଁଛନ୍ତି ବୋଲି କଙ୍ଗନା କହିଛନ୍ତି ।
ସୂଚନା ଅନୁସାରେ ଗତକାଲି ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କ୍ରୀଡ଼ାବିତ ଏମସି ମେରିକମ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ,ସୁଷମା ସ୍ୱରାଜ ଓ ଅରୁଣ ଜେଟଲି (ମରଣୋତ୍ତର) ।
ସେହିପରି ୧୬ ଜଣଙ୍କୁ ପଦ୍ମଭୁଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଓଡ଼ିଆ ଲେଖକ ମନୋଜ ଦାସ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ବାଳକୃଷ୍ଣ ଦୋଶି,କ୍ରିଷ୍ଣାମାଲ ଜଗନ୍ନାଥନ, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ଏମ.ମୁମତାଜ ଅଲ୍ଲୀ(ଆଧ୍ୟାତ୍ମକତା) , ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍, ଅଜୟ ଚକ୍ରବର୍ତ୍ତୀ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପ୍ରଫେସର ଜଗଦୀଶ ସେଠ,ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନ ।