ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କର ଜୟପୁରରେ ହୋଇଥିବା ଆଲିଶାନ୍ ୱେଡିଙ୍ଗ ବଳିଉଡଷର ଖୁବ୍ ଚର୍ଚ୍ଚାରେ ଥିଲା । ବାହାଘର ରସମାରେ ବିଦେଶରୁ ଆସିଥିବା ଅତିଥିମାନେ ବି ସାମିଲ ଥିଲେ । ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଯୋତା ଚୋରାଇବା ରସମ । ଏହି ଯୋତା ଚୋରାଇବା ରସମରେ ନିକ୍ ତାଙ୍କ ଶାଳୀ ପରିଣିତିଙ୍କୁ କ’ଣ ଦେଇଥିଲେ ତାହାକୁ ଜାଣିବା ପାଇଁ ଲୋକେ ଆଗ୍ରହର ସହ ଅନେଇ ବସିଛନ୍ତିି । ନିକ୍ ଙ୍କ ତରଫରୁ ପରିଣିତିଙ୍କୁ ଉପହାର ଦେବାକୁ ନେଇ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିଥିଲା । ମାତ୍ର ଏବେ ପରିଣିତି ନିଜେ ଏହାର ଖୁଲାସା କରିଛନ୍ତି ।
ରିପୋର୍ଟ ମୁତାବକ, ପରିଣିତି ଏକ ଚାର୍ଟ ସୋ’ରେ କହିଛନ୍ତି କି ଏହି ରସମ ପାଇଁ ପ୍ରଥମରୁ ନିକ୍ ପ୍ରସ୍ତୁତ ହୋଇଥିଲେ । ଆମେ ବରଠାରୁ ହଜାର ଡଲାର ଉଠାଇବୁ ବୋଲି ଯୋଜନା କରିଥିଲୁ । କିନ୍ତୁ ନିକ୍ ଙ୍କ ପ୍ରସ୍ତୁତି ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ନିକ୍ ନିଜ ତରଫରୁ ପୁଅମାନଙ୍କୁ ଇଶାରା କରିଥିଲେ କି ସେ ଗୋଟେ ଟ୍ରେରେ ପ୍ରତ୍ୟେକ ବ୍ରାଇଡସମେଡ ପାଇଁ ହୀରା ମୁଦି ଆଣିଛନ୍ତି ।
ଖବରମୁତାବକ, ଜୋତା ଚୋରଇବା ରସମକୁ ନେଇ ଉତ୍ତର ଭାରତରେ ଖାସ୍ ମହତ୍ୱ ରହିଛି । ଯେଉଁଠି ଶାଳୀମାନେ ବରର ଜୋତା ଲୁଚାଇଥାନ୍ତି ତାର ବଦଳରେ ବରକୁ ଉପହାର ଦାବି କରିଥାନ୍ତି । ଏହାପୂର୍ବରୁ ଶୁଣିବାକୁ ମିଳୁଥିଲା କି ବାହାଘରରେ ଜୋତା ଚୋରାଇବା ପାଇଁ ନିକ୍ ପରିଣିତିଙ୍କୁ ୫ ଲକ୍ଷ ଟଙ୍କା ଦେଇଛନ୍ତି ।