ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖାଦ୍ୟ ଖାଇଲେ ୫୬୦୦ଟଙ୍କାର କିନ୍ତୁ ଟିପ୍ସ ଦେଲେ ୧ଲକ୍ଷ ୪୦ ହଜାର ଟଙ୍କା । ଏହିଭଳି ବଡପଣିଆ ଦେଖାଇଛନ୍ତି ହଲିଉଡର ଜଣାଶୁଣା ଗାୟକ ତଥା ଅଭିନେତା ଡୋନି ୱେଲବର୍ଗ । ନିଜର ନୂଆବର୍ଷକୁ କିଛି ଏହିଭଳି ଭାବେ ପାଳନ କରିଛନ୍ତି ଏହି ଅଭିନତା ତଥା ଗାୟକ ଜଣକ । ତାଙ୍କର ଏହି ବଡପଣିଆ ପୂରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତାଙ୍କୁ ସବୁଆଡୁ ପ୍ରଶଂସାର ମଧ୍ୟ କରାଯାଉଛି । ସୋସିଆଲ ମିଡିଆରେ ତାଙ୍କ ଦିଲଦାରି ଚର୍ଚ୍ଚା ଜୋରସୋର ହେବାରେ ଲାଗିଲାଣି ।
. @DonnieWahlberg starting 2020 off like the amazing man he is. #ihop #2020tipchallenge
🥰 pic.twitter.com/AjAEN0hqL6— Jenny McC-Wahlberg (@JennyMcCarthy) January 1, 2020
ଡୋନି ଯେଉଁ ଖାଦ୍ୟ ଖାଇଥିଲେ ତାହାର ମୂଲ୍ୟ ୫୬୦୦ ଥିବା ବେଳେ ସେ ୧ଲକ୍ଷ ୪୦ ହଜାର ଟଙ୍କାର ଟିପ୍ସ ଦେଇଥିବାର ସୂଚନା ଡୋନି ୱେଲବର୍ଗଙ୍କ ପତ୍ନୀ ଜେନୀ ସୋସିଆଲ ମିଡିଆରେ ଦେଇଥିଲେ । ସୂଚନାନୁଯାୟୀ, ନୂଆବର୍ଷ ପାଳନ ନିମନ୍ତେ ଡୋନି ଓ ତାଙ୍କର ପତ୍ନୀ ଜେନୀ ଏକ ନାମୀ ରେସ୍ତୋରାଣ୍ଟ ଯାଇଥିଲେ । ସେଠାରେ ସେ ଖାଦ୍ୟ ଖାଇବା ପରେ ତାଙ୍କ ପାଖକୁ ୫୬୦୦ଟଙ୍କାର ବିଲ ଆସିଥିଲା ଯାହାକୁ ଦେବା ପରେ ସେ ରେସ୍ତୋରାଣ୍ଟର କର୍ମଚାରୀଙ୍କୁ ୧ଲକ୍ଷ ୪୦ହଜାର ଟଙ୍କାର ଟିପ୍ସ ଦେଇଥିଲେ ଏବଂ କର୍ମଚାରୀଙ୍କ ନିମନ୍ତେ ଏକ ସୁନ୍ଦର ଲେଖାଟିଏ ଲେଖିଥିଲେ । ଡେନିଙ୍କର ଏହି କାର୍ଯ୍ୟ ଫଳରେ ସେ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ପାଲଟି ଯାଇଛନ୍ତି ।