ମୁମ୍ବାଇ (ଏଟିଆର ବ୍ୟୁରୋ): ଭାଲେଣ୍ଟାଇନ୍ ଗର୍ଲ ପ୍ରିୟା ପ୍ରକାଶ ପୁଣି ଥରେ ଲାଇମ ଲାଇଟ୍ ରେ । ସେ ଏଥରକ ତାଙ୍କ ଅଭିନୟ ପାଇଁ ନାହିଁ ବରଂ ତାଙ୍କ ଅପକମିଂ ଫିଲ୍ମମୁ ନେଇ ଚର୍ଚ୍ଚାରେ । ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମକୁ ନେଇ ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରିବାକୁ ଲାଗିଛନ୍ତି ।
ପ୍ରକୃତରେ , ଏହି ଟିଜର୍ ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି କି କାହାଣୀଟି ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ । ଟିଜରରେ ଶ୍ରୀଦେବୀ ଚରିତ୍ରରେ ନଜର ଆସୁଥିବା ପ୍ରିୟାଙ୍କୁ ବହୂତ ଖରାପ ଭାବେ ଦର୍ଶା ଯାଇଛି । ପ୍ରଥମରୁ ଏଥିରେ ଦେଖିବାକୁ ମିଳୁଛି ଯେ ସାରା ଦୁନିଆରେ ଶ୍ରୀଦେବୀ ବହୁତ ମଶୁର ଥିଲେ କିନ୍ତୁ ନିଜ ଭିତରେ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହାବ୍ୟତିତି ସେ ନିଶାଶକ୍ତ ଥିବା ଏହି ଟିଜରରେ ଦେଖିବାକୁ ମିଳିଛି ।
ସେପଟେ ଏହି ଫିଲ୍ମକୁ ନେଇ ଶ୍ରୀଦେବୀଙ୍କ ପତୀ ନିର୍ଦ୍ଦେଶକଙ୍କ ନାଁରେ ଲିଗାଲ ନୋଟିସ୍ ଜାରି କରିଛନ୍ତି । ଏହାପରେ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲ୍ଲୀ ଗଣମାଧ୍ୟକୁ ସାକ୍ଷତ କରି କହିଛନ୍ତି କି, ‘ଶ୍ରୀଦେବୀ ଏକ ସାଧାରଣ ନାଁ । ଆମେ ସମସ୍ତେ କଠିନତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ’ ।
ପ୍ରକୃତରେ ଶ୍ରୀଦେବୀଙ୍କ ଜୀବନୀ ଉପରେ ଫିଲ୍ମ ପ୍ରସ୍ତୁତ କରାଯାଇଛି ବୋଲି ନିର୍ଦ୍ଦେଶକ ବିଲକୁଲ୍ ସ୍ୱୀକାର କରୁ ନାହାଁନ୍ତି । ଯାହାକୁ ନେଇ ନିର୍ଦ୍ଦେଶକଙ୍କ ସମେତ ପ୍ରିୟା ପ୍ରକାଶଙ୍କୁ ଟ୍ରୋଲ କରିଛନ୍ତି ଲୋକେ ।