ମୁମ୍ବାଇ (ଏଟିଆର ବ୍ୟୁରୋ): ବାହାଘରର ଗୋଟେ ମାସ ପରେ ଏବେ ହନିମୁନ୍ ରେ ବ୍ୟସ୍ତ ଅଛନ୍ତି ପିସିନିକ୍ । ଆଜ୍ଞା ହଁ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ ଦୁହେଁ ହନିମୁନ୍ ଟାଇମ୍ ସ୍ପେଣ୍ଡ କରୁଛନ୍ତି । ହନିମୁନ୍ ଡେଷ୍ଟିନେସନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକ୍ ଜୋନସ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହନିମୁନ୍ ର ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଦୁହିଁଙ୍କର ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି ।
ଏହି ହନିମୁନ୍ ଡେଷ୍ଟିନେସନ୍ ରେ ପ୍ରିୟଙ୍କା ଏକ ଫ୍ଲାୱାର ପ୍ରିଣ୍ଟର ମ୍ୟାକ୍ସି ଡ୍ରେସ୍ ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି ନିକ୍ ହଳଦିଆ ରଙ୍ଗର ସୁଟ୍ ରେ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି ।
ଏହାପୂର୍ବରୁ ପ୍ରିୟଙ୍କା ଏବଂ ନିକ୍ ଦୁହେଁ ଏୟାର ପୋର୍ଟରେ ସ୍ପଟ ହୋଇଥିଲେ । ଯେଉଁଥିର ପ୍ରିୟଙ୍କା ଏକ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ନିକ୍ ଧୂସର ରଙ୍ଗର ଟି-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ସମ୍ପୂର୍ଣ୍ଣ କାଜୁଆଲ ଲୁକ୍ ରେ ନଜର ଆସିଥିଲେ ।