ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଜି ଟ୍ୟାଲେଣ୍ଟ ପାଇଁ ବଲିଉଡର ଜଣେ ବେଶ୍ ପରିଚିତ ବ୍ୟକ୍ତି ହେଉଛନ୍ତି ଫରହାନ୍ ଅଖତାର୍ । ସେ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଲେଖକ, ନିର୍ଦ୍ଦେଶକ, ଗାୟକ ଏବଂ ପ୍ରଯୋଜକ ମଧ୍ୟ । ଫରହାନ୍ ଆଜି ତାଙ୍କର ଜନ୍ମ ଦିବସ ପାଳନ କରୁଛନ୍ତି ।
ନିକଟରେ ଫରହାନ୍ ତାଙ୍କ ପେମ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ମିଡିଆ ରିପୋର୍ଟ ମୁତାବକ, ଫରହାନ୍ ଏବଂ ଶିବାନୀ ଦାଣ୍ଡେକରଙ୍କର ନିର୍ବନ୍ଧ ହୋଇ ସାରିଛି । ଏହାସହିତ ବହୁ୍ତ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।
ଫରହାନ୍ ଏବଂ ଶିବାନୀ ଦୁହେଁ ଦୁହିଁଙ୍କୁ ଗତକିଛି ଦିନ ହେବ ଡେଟ୍ କରୁଛନ୍ତି । ଦୁହେଁ ଦୁହିଁଙ୍କ ଫଟୋ ସେୟାର କରି ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଏହା ଫରହାନଙ୍କ ଦ୍ୱିତୀୟ ବିବାହ ହେବ । ଗତବର୍ଷ ଫରହାନ୍ ହେୟାର ଷ୍ଟାଇଳିସ୍ ଅଧୁନା ଭବନାନୀଙ୍କୁ ଛାଡପତ୍ର ଦେଇଥିଲେ । ଛାଡପତ୍ର ପରେ ଫରହାନ ଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ।