ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ବାଦଶାହା ଶାହରୁଖ ଖାନଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶାହରୁଖ ଖାନ ପୁଣି ନଜର ଆସିବେ ବଡ ପରଦାରେ ।
ଗୋଟିଏ ବର୍ଷ ହେଲାଣି ଶାହରୁଖ ଖାନ୍ ଙ୍କ କୌଣସି ବି ଫିଲ୍ମ ପରଦାକୁ ଆସିନଥିବାରୁ ସିନେମା ପ୍ରେମୀ ବାଦ୍ଶାହାଙ୍କ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି ।
ବର୍ତ୍ତମାନ ଶାହରୁଖଙ୍କ ଫ୍ୟାନ୍ସ ମାନଙ୍କର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ୧୯୮୭ର ସୁପରହିଟ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକରେ ନଜର ଆସିବେ ଶାହରୁଖ ଖାନ୍ । ତାଙ୍କ ସହିତ ବଲିଉଡର ବାବା ରଣବୀର ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଫିଲ୍ମରେ ।
ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ସୂଚନା ଅନୁସାରେ ଖୁବ ଶିଘ୍ର ସିଏ ତାଙ୍କ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ମିଷ୍ଟର ଇଣ୍ଡିଆ୨ ରେ ଅନିଲ କପୁରଙ୍କ ଭୂମିକାରେ ରଣବୀର ସିଂ ଓ ମୁଗାମ୍ବୋ ଭୂମିକାରେ ଶାହରୁଖ ଖାନ ନଜର ଆସିବେ । ଏହି ଫିଲ୍ମଟି ୨୦୨୨ରେ ପରଦାକୁ ଆସିବାକୁ ଯାଉଛି ।