ମୁମ୍ବାଇ(ଏଟିଆରବ୍ୟୁରୋ)- ମାତ୍ର ୨ବର୍ଷ ବୟସରେ ସେ କୌଣସି ବଡ କଳାକାରଙ୍କଠାରୁ କମ ନୁହଁନ୍ତି । ମାଆ ବାପାଙ୍କ ପରି ତାଙ୍କର ମଧ୍ୟ ବଢିବାକୁ ଲାଗିଛି ଫ୍ୟାନମାନଙ୍କର ସଂଖ୍ୟା । ଆମେ କହୁଛୁ ଛୋଟେ ନୱାବ ତଥା ସୈଫ ଅଲ୍ଲୀ ଓ କରୀନା କପୁରଙ୍କ ଏକମାତ୍ର ଲାଡଲା ତୈମୁର ଅଲ୍ଲୀ ଖାନଙ୍କ କଥା । ଆସନ୍ତା ଡିସେମ୍ବର ୨୦ତାରିଖ ତୈମୁରଙ୍କର ଜନ୍ମଦିନ । ପୂର୍ବପରି ସେ ନିଜ ଜନ୍ମଦିନ ପଟୌଦି ପ୍ୟାଲେସରେ ପାଳନ କରିବେନି । ଚଳିତ ବର୍ଷ ସେ ଦକ୍ଷିଣ ଆଫ୍ରିକାରେ ପିତାମାତାଙ୍କ ସହିତ ପାଳନ କରିବେ ବୋଲି ଜଣାପଡିଛି ।
ବିଶେଷ ସୁତ୍ରରୁ ଜଣାପଡିଛି କି, କିଛିଦିନ ପାଇଁ କରିନା କୌଣସି କାମରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ । ସେଠାରୁ କାମ ସାରି ସିଧା ତୈମୁରଙ୍କ ଜନ୍ମଦିନରେ ପହଁଞ୍ଚିବେ ।
ଯେଉଁଭଳି ଭାବରେ ତୈମୁରଙ୍କ ଲୋକପ୍ରିୟତା ବଢୁଛି ଏହାକୁ ନେଇ ସୈଫଙ୍କ ମାଆ ଶର୍ମିଳା ଏଥିପ୍ରତି ବହୁ ଚିନ୍ତିତ ହେଉଛନ୍ତି । ତାଙ୍କ ମତରେ ଏବେ ତାଙ୍କର ସାଧାରଣ ଶିଶୁ ପରି ଜୀବନ ପଞ୍ଚିବା ଦରକାର । ଯଦି ଏହିପରି ଭାବେ ଆଗକୁ ଚାଲେ ତାହାଲେ ତୈମୁରଙ୍କ ଉପରେ ଏହାର କୁପ୍ରଭାବ ପଡିବ ବୋଲି ଶର୍ମିଲା କହିଛନ୍ତି । ଏହି ବିଷୟରେ ଶର୍ମିଲା ସୈଫଙ୍କ ସହିତ ଆଲୋଚନା କରିଛନ୍ତି । ସେଥିପାଇଁ ସେ ଏବେ ତୈମୁରଙ୍କୁ କ୍ୟାମେରା ଆଗରୁ ଦୂରେଇ ରଖୁଛନ୍ତି । ଅନ୍ୟପଟେ ତୌମୁରଙ୍କ ଜନ୍ମଦିନ ଦକ୍ଷିଣ ଆଫ୍ରିକାରେ ପାଳନ କରିବାର କାରଣ ମଧ୍ୟ ହେଉଛି ପ୍ରାଇଭେସି ସହିତ ଜନ୍ମଦିନ ପାଳନ ।