ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରେଗ୍ନେସି ପ୍ଲାନିଙ୍ଗର ଘୋଷଣା କଲେ କମେଡି କୁଇନ୍ ଭାରତୀ ସିଂ । ଗତବର୍ଷ ହର୍ଷ ଲିମ୍ବାଚିୟାଙ୍କ ସହ ବାହାଘର ବନ୍ଧନରେ ଆବଦ୍ଧ ହୋଇଥିବା ଭାରତୀ ଆଗାମୀ ୨୦୧୯ରେ ବେବି ପ୍ଲାନିଙ୍ଗ୍ର ଘୋଷଣା କରିଛନ୍ତି ।
ସବୁବେଳେ ହସଖୁସିରେ ରହୁଥିବା ଭାରତୀଙ୍କ କହିବାନୁଯାୟୀ , ସେ ପ୍ରେଗ୍ନେସିର ଶେଷ ଦିନ ପର୍ଯ୍ୟନ୍ତ ବି କାମ କରିବାକୁ ଚାହାଁନ୍ତି । ଏହାସହିତ କାହିଁକି ଏପର୍ଯ୍ୟନ୍ତ ବେବି କରି ନାହାଁନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି । ହର୍ଷ ଯଦି ସବୁବେଳେ ରାତି ଗୋଟେରେ ଘରକୁ ଆସିବେ ତେବେ ବେବି କେମିତି ହେବ? ଏହାକୁ ନେଇ ହର୍ଷ କହିଛନ୍ତି କି , କିଛି କଥା ନାହିଁ ଗୋଟେ ଦିନ ମୁଁ ୯ଟାରେ ପହଁଚି ଯିବି ।
ଗୋଟେ ପଟେ ହର୍ଷ ଟୁଇନ୍ ବେବି ପାଇଁ ଇଛା କରିଥିବା ବେଳେ ଭାରତୀ ଚାହାନ୍ତି ଝିଅ । ଭାରତୀଙ୍କ କହିବାନୁଯାୟୀ ମା-ବାପାଙ୍କ ଗୋଟେ ଫୋନ୍ କଲରେ ଝିଅ ତାଙ୍କ ପାଖକୁ ପଳେଇ ଆସେ କିନ୍ତୁ ପୁଅ ମାନେ ସମ୍ପୂର୍ଣ୍ଣ ଅଲଗା ।