ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସମସ୍ତଙ୍କର ସାହା ଭରଷା ପାଲଟିଛି ସୋସିଆଲ ମିଡିଆ । ଯୁବତୀଙ୍କ ଭିତରେ ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ‘ଦ ଗ୍ରେଟ୍ ଇଣ୍ଡିଆ ପ୍ୟାଜେଣ୍ଟ୍ କମ୍ୟୁନିଟି-୨୦୧୮ ର’ (ଟିଜିପିସି ମିସ୍ ଇଣ୍ଡିଆ ପ୍ରତିଯୋଗିତା)ଅନଲାଇନ୍ ରେ ଆୟୋଜିତ ହୋଇଯାଇଛି । ଏହା ହେଉଛି ଏକ ଅନଲାଇନ୍ ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଶୀର୍ଷ ୨୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ଯୁବତୀ । ୨୨ ବର୍ଷିୟା ଏହି ଯୁବତୀଙ୍କ ନାମ ହେଉଛି ଶୁଭଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ଘର କଟକରେ ବୋଲି ସୂଚନା ମିଳିଛି ।
ଟିଜିପିସି ଜରିଆରେ ଫ୍ୟାସନ ଇଣ୍ଡଷ୍ଟ୍ରିକୁ ଅନେକ ପ୍ରତିଭାଶାଳୀ ଯୁବତୀ ଏଂଟ୍ରି କରିବା ସହ ତାଙ୍କର ଜଲୱା ଦେଖିବାକୁ ମିଳିଥାଏ । ଏଥର ପୁଣି ଥରେ ସିଜିନ୍ ୫ କୁ ନେଇ ଫେରିଛି ଟିଜିପିସି । ଏହାର ଅନେକ ନାମୀଦମୀ ପ୍ୟାଜେଣ୍ଟ ସହ ଟାଏଅପ୍ ରହିଛି । ଯେପରିକି ମିସ୍ ଇଣ୍ଡିଆ, ମିସ୍ ୟୁନିଭର୍ସ, ରୁବାରୁ ମିସ୍ ଇଣ୍ଡିଆ ଇତ୍ୟାଦି ।
ଶୁଭଶ୍ରୀ ୨୦୧୪ରେ ଡାବୁ ରତନାନି ମଡେଲ ହଣ୍ଟର ଶୀର୍ଷ ପାଞ୍ଚ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ । ତାପରେ ସେ ଓଡିଶା ପାଇଁ ପିଏଫଏ କ୍ୟାଲେଣ୍ଡରରେ ଫାଟୋ ସୁଟ୍ କଲେ । ସେ ସାମ୍ବାଦିକତା,ମନୋବିଜ୍ଞାନ ଏବଂ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇର ଅମିତ ୟୁନିଭରସିଟିରେ ଫିଲ୍ମ ଏବଂ ଟେଲିଭିଜନରେ ଶିକ୍ଷା ଲାଭ କରୁଛନ୍ତି ।
ଶୁଭଶ୍ରୀ କେବେଠାରୁ ଫ୍ୟାଶନ ପ୍ରତି ଆଗ୍ରହ ହେଲେ ସେ ସବୁ କିଛି ଜାଣିବା ପାଇଁ ତାଙ୍କୁ ଭେଟିଥିଲେ ଆମ ଏଟିଆର ପ୍ରତିନିଧି । ତାଙ୍କ କହିବାନୁଯାୟୀ ସେ ପିଲାଦିନୁ ଫ୍ୟାସନ ପ୍ରତି ଉତ୍ସାହ ଥିଲେ ଏବଂ ପ୍ରତ୍ୟେକ ଫ୍ୟାସନ ଉଇକ୍ ଏବଂ ପ୍ୟାଜେଣ୍ଟ ଫଲୋ କରୁଥିଲେ । ଏହାସହିତ ସେ ସର୍ବଦା ଦର୍ପଣ ସାମ୍ନାରେ ଠିଆ ହୋଇ କିଭଳି ଭାବେ ଚାଲିବା ଏବଂ କଥା କହିବା ଅଭ୍ୟାସ ଜାରି ରଖିଥିଲେ । ସେ ଏହି ଅନଲାଇନ୍ ଟିଜିପିସି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଶ କରି ଖୁବ୍ ଉତ୍ସାହିତ ଅଛନ୍ତି ଏବଂ ଓଡିଶାବାସୀ ଅନଲାଇନ୍ ରେ ତାଙ୍କୁ ଭୋଟ ଦେଇ ଜିତାଇବେ ବୋଲି ସେ ଆଶା ରଖିଛନ୍ତି ।
https://m.facebook.com/tgpcsmissindia/