ମୁମ୍ବାଇ(ଏଟିଆର୍ ବ୍ୟୁରୋ) :ଟିକ୍ ଟକ ଷ୍ଟାର୍ ସଦାବ ଖାନ୍ ନିଜ ଏକ୍ସ ଗର୍ଲ୍ ଫ୍ରେଣ୍ଡ୍ ଙ୍କ ଦ୍ଵାରା ମାନସିକ ସ୍ତରରେ ନିର୍ଯାତିତ ହେବାର ଅଭିଯୋଗ ଆଣିଛନ୍ତି । ତାଙ୍କ ଏକ୍ସ ଗର୍ଲ୍ ଫ୍ରେଣ୍ଡ୍ ଜାନୁଆରୀ ୩ ତାରିଖ ଦିନ ନୟା ନଗର ପୋଲିସ ଷ୍ଟେସନରେ ବଲକ୍ତାର ଅଭିଯୋଗରେ ଏଫ ଆଇ ଆର୍ ଦାଖଲ କରିଥିଲେ । ପରେ ଜାନୁଆରୀ ୧୧ ରେ ସଦାବ ମଧ୍ୟ ତାଙ୍କ ଏକ୍ସ ଗର୍ଲ୍ ଫ୍ରେଣ୍ଡ ଓ ତାଙ୍କ ମାଆ,ଭଉଣୀ ଙ୍କ ବିରୁଦ୍ଧରେ ନିର୍ଯାତନା, ପ୍ରତାରଣା ର ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି,”ଯାହାକୁ ସେ ୮ ବର୍ଷ ଧରି ଭଲ ପାଉଥିଲେ ସେଇ ଝିଅ ଏବେ ତାଙ୍କୁ ହଇରାଣ ଏବଂ ନିର୍ଯାତନା କରୁଛି। ସେ ଝିଅ ମତେ ଡର ଦେଖେଇ ମୋ ଠାରୁ ୫,୭୦,୦୦୦ ଟଙ୍କା ମଧ୍ୟ ନେଇଛି ।ଏହା ପରେ ସେ ମୋ ୟୁଟ୍ୟୁବ୍ ଆଇ ଡି ଏବଂ ପାସ୍ ୱାର୍ଡ ନେଇ ମତେ ବଦନାମ୍ କରିବାକୁ ଲାଗିଲା ଏବଂ ଯେବେ ମୁଁ ଆଇନଗତ ନୋଟିସ୍ ପଠେଇଲି ସେ ମୋ ନାଁ ରେ ବଳକ୍ତାର କରିବାର ମିଛ ଅଭିଯୋଗ ଆଣିଛି। ସେ ଏହା ମଧ୍ୟ କହିଛନ୍ତି କି,”ସେ କୋର୍ଟ ରୁ ନ୍ୟାୟ ଆଶା କରୁଛନ୍ତି ।
ସଦାବ ଏବଂ ସେ ଝିଅ ୮ ବର୍ଷ ଧରି ଭଲ ପାଉଥିଲେ ଏବଂ ମିଳିତ ଭାବେ ଟିକ୍ ଟକ ମଧ୍ୟ କରୁଥିଲେ । କିନ୍ତୁ ଲକ୍ ଡାଉନ୍ ସମୟରେ ଦୁହେଁ ଅଲଗା ହୋଇ ଯାଇଥିଲେ ଏବଂ ପରେ ସଦାବ ସାଲିନି ସୂର୍ଯ୍ୟବଂଶୀ ନାମକ ଜଣେ ଟିକଟକରଙ୍କୁ ବିବାହ କରିଥିଲେ ।