ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହଲିଉଡ ଅଭିନେତା ଟମ୍ କ୍ରୁଜ୍ ଙ୍କ ଦ୍ୱିୱାନା ସାରା ଦୁନିଆ । ସର୍ବଦା ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଟମ୍ । ସେହିପରି ଏବେ ଟମ୍ କ୍ରୁଜ୍ ଏବଂ ତାଙ୍କ ପୂର୍ବ ପତ୍ନୀ କ୍ୟାଟି ହୋମ୍ସଙ୍କ ଝିଅ ସୁରୀ କ୍ରୁଜ୍ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଅଲୋନ ଟୁଗେଦର ଫିଲ୍ମରେ ନିଜର ସିଙ୍ଗିଙ୍ଗ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ସୁରୀଙ୍କ ମା’ କ୍ୟାଟି ।
ଅଲୋନ ଟୁଗେଦରରେ କଭର ସଙ୍ଗ୍ ବ୍ଲ୍ୟୁ ମୁନ୍ ଗାଇଛନ୍ତି ସୁରୀ କ୍ରୁଜ୍ । ଯାହା ଫିଲ୍ମର ଆରମ୍ଭରୁ ହିଁ ଆପଣ ଶୁଣିବାକୁ ପାଇବେ ।
ସୁରୀଙ୍କ ସିଙ୍ଗିଙ୍ଗ ଡେବ୍ୟୁକୁ ନେଇ କ୍ୟାଟି କହିଛନ୍ତି କି, ସର୍ବଦା ଭଲ ପ୍ରତିଭା ସନ୍ଧାନରେ ରହିଥାଏ ମୁଁ । ସେଥିପାଇଁ ସେ ମୋତେ ପସନ୍ଦ । ସେ ଖୁବ୍ ପ୍ରତିଭାଶାଳୀ । ସେ ମୋତେ କହିଛି କି ମୁଁ ଏହାକୁ କରିବାକୁ ଚାହୁଁଛି ଏବଂ ସେ ତାର ନିଜେ ରେକର୍ଡିଂ କରିଛି । ସେ ତାର ନିଜ ଜିନିଷ ନିଜେ କରିବାକୁ ମୁଁ ତାକୁ ସ୍ୱାଧୀନତା ଦେଇଛି । ଆମେ ପ୍ରଥମରୁ ଚାହିଁଛୁ ସେ ତାର ନିଜ ଜିନିଷ ନିଜେ କରୁ ।