ମୁମ୍ବାଇ (ଏଟିଆର ବ୍ୟୁରୋ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିନ୍ଦୀ ସିନେମାର ଜଣା ଶୁଣା ଅଭିନେତା କାଦର ଖାଁ ଆଉ ନାହାଁନ୍ତି । ୮୧ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।
ଦୀର୍ଘ ଦିନ ହେବ ରୋଗରେ ପିଡୀତ ହୋଇ କାନାଡାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କାଦର । ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଡାକ୍ତର ତାଙ୍କୁ ରେଗୁଲାର ଭେଣ୍ଟିଲେଟରରୁ ବାହାର କରି ବାଇପ୍ୟାପ୍ ଭେଣ୍ଟିଲେଟରରେ ରଖିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, କାଦର ଖାଁ କାନାଡାରେ ନାଗରିକତା ପାଇଥିଲେ ଏବଂ ଗତ ଚାରି ବର୍ଷ ହେଲା ସେଠାରେ ରହୁଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଭାରତରେ ନୁହେଁ କାନାଡାରେ ହେବ ବୋଲି ଜାଣିବାକୁ ମିଳିଛି ।