ମୁମ୍ବାଇ (ଏଟିଆର ବ୍ୟୁରୋ): ଇରଫାନ୍ ଖାନ୍, ସୋନାଲି ବିନ୍ଦ୍ରେ ଏବଂ ନଫିସା ଅଲ୍ଲୀଙ୍କୁ କର୍କଟ ରୋଗ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ଆସ୍ଥମା ହୋଇଥିବା ଜାଣିବାକୁ ମିଳିଥିଲା । କିନ୍ତୁ ଏବେ ମଶହୁର ଅଭିନେତ୍ରୀ ବିଦ୍ୟାବାଲନ୍ ରୋଗରେ ପୀଡିତ ଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ବିଦ୍ୟାବାଲନ ମନୋବୈଜ୍ଞାନିକ ସମସ୍ୟା ସହ ଯୁଦ୍ଧ କରୁଛନ୍ତି । ଯାହାକୁ ଓସିଡି ମାନେ ଅବସୋସିବ୍ କମ୍ପ୍ଲିଶିଭ୍ ଡିସଅର୍ଡର କୁହାଯାଇଥାଏ । ଏହି ରୋଗ ସାଧାରଣତଃ ଅଧିକ ଚାପରେ ରହିବା ଦ୍ୱାରା ହୋଇଥାଏ । ଏହାବ୍ୟତିତ ସଂକ୍ରମଣ ଦ୍ୱାରା ମଧ୍ୟ ହୋଇଥାଏ ।
ଓସିଡି ରୋଗରେ ପୀଡିତ ହେବା ପରେ ବିଦ୍ୟାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ଏହି ରୋଗ ହେବା ଦ୍ୱାରା ମସ୍ତିସ୍କରେ ସେରୋଟୋନିନ୍ ନାମକ ନ୍ୟୁରୋଟ୍ରାନ୍ସମିଟର କମ୍ ହୋଇଯାଇଥାଏ । ଏହି ରୋଗ ହେଲେ ବ୍ୟକ୍ତି ବାରମ୍ବାର ଗୋଟେ କାମ କରିକି ବି ଭୁଲି ଯାଇଥାଏ । ଖାସ୍ କରି ଏଥିପାଇଁ ବ୍ୟକ୍ତି ନିଜ ଏବଂ ଆଖପାଖର ପରିବେଶକୁ ସଫାସୁତରା ରଖିଥାଏ । ଏହି ରୋଗର ମୁଖ୍ୟ କାରଣ ହେଉଛି ମସ୍ତିସ୍କରେ ସେରୋଟୋନିନ୍ ନାମକ ନ୍ୟୁରୋଟ୍ରାନ୍ସମିଟର ଅଭାବ, ସଂକ୍ରମଣ, ଚାପ ଆଦି ।
ଦୁନିଆରେ ୩ ପ୍ରତିଶତ ବ୍ୟକ୍ତି ଓସିଡି ରୋଗରେ ପୀଡିତ ଅଛନ୍ତି । ଏହି ରୋଗର ଲକ୍ଷଣ କେବଳ ପରିପୂର୍ଣ୍ଣ ହାସଲ କରିବା ପାଇଁ ଜଡିତ ତାହା ନୁହେଁ ବରଂ ଓସିଡି ପୀଡିତ ରୋଗୀଙ୍କ ମୁଣ୍ଡରେ ସର୍ବଦା ଭିନ୍ନ ଭିନ୍ନ ଭାବନା ଆସିଥାଏ । ଯାହାଦ୍ୱାରା ରୋଗୀର ସ୍ୱାସ୍ଥ୍ୟ ଅତ୍ୟଧିକ ବିଗିଡି ଯାଇଥାଏ । ଏହି ରୋଗୀଙ୍କୁ କାମ ଏବଂ ପାଠ ପଠାରେ ମଧ୍ୟ ଅସୁିବଧା ହୋଇଥାଏ ।