ମୁମ୍ବାଇ (ଏଟିଆର ବ୍ୟୁରୋ); ରବିବାର ଚଳିତ ନିର୍ବାଚନକୁ ନେଇ ବିଭିନ୍ନ ଗଣମାଧ୍ୟମ ନିଜର ଏକଜିଟ ପୋଲ ପ୍ରକାଶ କରିଥିଲେ । ଯାହାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିଲା ବିଭିନ୍ନ ଚର୍ଚ୍ଚା । ତେବେ ବଲିଉଡ ଅଭିନେତା ବିବେକ ଓବରୟ ଏକଜିଟ ପୋଲକୁ ନେଇ ଏକ ମିମ ତିଆରି କରିଥିଲେ । ଏଥିରେ ଐଶଯ୍ୟା ରାୟଙ୍କ ଫଟୋଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଛାଇଯାଇଥିଲା । ଶେଷରେ ବିବେକ ନିଜ ଟ୍ୱିଟ ପେଜରୁ ଏହାକୁ ହଟାଇବା ସହିତ ଭୁଲ ମାଗିଛନ୍ତି ।
ସୂଚନାଯୋଗ୍ୟ, ରବିବାର ଏକ୍ଜିଟ୍ ପୋଲ୍ ଆସିବା ପରେ ଏହାକୁ ନେଇ ବିବେକ ଟ୍ଵିଟର୍ରେ ଏକ ମଜାଦାର ଟ୍ଵିଟ୍ କରିଥିଲେ। ସେ ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟଙ୍କର ସଲମାନଙ୍କ ସହ ଥିବା ଏକ ଫଟୋକୁ ‘ଓପିନିୟନ ପୋଲ୍’, ନିଜ ସହ ଥିବା ଏକ ଫଟୋକୁ ‘ଏକ୍ଜିଟ୍ ପୋଲ୍’ ଏବଂ ଶେଷର ସ୍ୱାମୀ ଅଭିଷେକଙ୍କ ସହ ଥିବା ଏକ ଫଟୋକୁ ‘ରେଜେଲ୍ଟ’ ବୋଲି ଲେଖ ଟ୍ଵିଟ୍ କରିଥିଲେ। ଯାହା ତତକ୍ଷଣାତ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା। ଏହା ପରେ ବିବେକଙ୍କୁ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ପକ୍ଷରୁ ଜଣେ ମହିଳାଙ୍କୁ ଅପମାନ କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରାଯାଇଥିଲା।
ଅନ୍ୟପକ୍ଷରେ ଅଭିନେତ୍ରୀ ସୋନମ୍ କପୁର୍ ,ଡିସିଡବ୍ଲୁ ପ୍ରମୁଖ ସ୍ୱାତୀ ମାଲିୱାଲ୍ ସହିତ କିଛି ଲୋକ ଏନେଇ ଆଲୋଚନା କରିଥିଲେ । ଏହା ଉପରେ ବିବେକ ଓବରଏ ସୋମବାର କହିଥିଲେ ମୁଁ କିଛି ଭୁଲ୍ କରିନି କାହିଁକି କ୍ଷମା ମାଗିବି? ମୁଁ କିଛି ଭୁଲ୍ କରିଥିଲେ କ୍ଷମା ମାଗିଥାନ୍ତି କିନ୍ତୁ ମୁଁ କିଛି ବି ଭୁଲ୍ କରିନି କାହିଁକି କ୍ଷମା ମାଗିବି?