ମୁମ୍ବାଇ ( ଏଟିଆର ବ୍ୟୁରୋ): ଆଜି ପରଦାକୁ ଆସିଛି ଦୁଇଟି ବିଗ ବଜେଟ ଫିଲ୍ମ । ଗୋଟିଏ ପଟେ ହ୍ରିତିକ ଓ ଟାଇଗର ଶ୍ରଫଙ୍କର ‘ ୱାର’ ଥିବା ବେଳେ ଅନ୍ୟପଟେ ଚିରଞ୍ଜିବ ଓ ଅମିତାଭଙ୍କର ‘ଶ୍ରୀ ରା ନରଶୀମାରେଡୀ’ । ଦୁଇଟି ଯାକ ସିନେମା ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ରହି ଆସିଥିଲା । ୱାରର ଟ୍ରେଲରକୁ ଦେଖିବା ପରେ ଲୋକ ମନରେ ଏକ ଉସ୍ରାହ ଦେଖିବାକୁ ମିଳିଥିଲା । ଏଥିରେ ହ୍ରିତିକ ଓ ଟାଇଗର ଉଭୟ ଥିବାରୁ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉସାôହ ଦେଖାଯାଇଛି । ୱାରରେ ହ୍ରିତିକ ଓ ଟାଇଗରଙ୍କ ବ୍ୟତୀତ ବାନୀ କପୁର ନଜର ଆସିଛନ୍ତି ।
ସିନେମାଟି ୟସ୍ରାଜ ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଧେଶନାର ଭାର ସମ୍ଭାଳିଛନ୍ତି ସିଦ୍ଧାତ ଆନନ୍ଦ । ଏହା ଉଭୟ ହିନ୍ଦୀ ତାମିଲ ଓ ତେଲୁଗୁ ଭାଷାରେ ଦର୍ଶକଙ୍କ ପାଖରେ ପହଞ୍ଚିଛି । ସିନେମାରେ ଭରପୁର ରୋମାନ୍ସ ସହିତ ଦମଦାର ଆକ୍ସନ ଦେଖିବାକୁ ମିଳିଛି । ସିନେମାଟି ବକ୍ସ ଅଫିସରେ ଢେର କିଛିଦିନ ରାଜ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ଅନ୍ୟପଟେ ଚିରଞ୍ଜିବି ଓ ଅମିତାଭଙ୍କର ‘ଶ୍ରୀ ରା ନରଶୀମାରେଡୀ’ ଏକ ବାୟୋପିକ ଫିଲ୍ମ । ସିନେମାଟି ୨୦୦ କୋଟିରୁ ଅ୍ରଧିକ ବଜେଟରେ ନିର୍ମାଣ କରାଯାଇଛି । ଏହି ଫିଲ୍ମଟିକୁ ସୁରେନ୍ଦ୍ର ରେଡି ନିର୍ଦ୍ଧେଶନା ଦେଇଛନ୍ତି । ନରସିମା ରେଡି କିପରି ଇଂରେଜ ବିରୋଧରେ ଲଢିଥିଲେ ତାହା ଏହି ଫିଲ୍ମରେ ଦେଖିବାକୁ ମିଳୁଥିବାରୁ ଏହାକୁ ଦର୍ଶକ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏବେ ଦେଖିବାକୁ ବାକି ରହିଲା ଦର୍ଶକ କାହାକୁ ବେଶି ଗ୍ରହଣ କରୁଛନ୍ତି ।