ମୁମ୍ବାଇ(ଏଟିଆର ବ୍ୟୁରୋ): କରଣ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍ କୁଛ୍ ହୋତା ହେ’ ମୁକ୍ତିଲାଭ କରିବାର ୨୨ ବର୍ଷ ହୋଇଛି। ଏହି ଅବସରରେ ଧର୍ମ ପ୍ରଡକ୍ସନ୍ସ ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ଫିଲ୍ମର ଏକ ଭିଡିଓ ପୋଷ୍ଟ କରି କିଛି ଦୃଶ୍ୟ ଦର୍ଶାଇଥିଲା। ଏହି ଟ୍ୱିଟରେ ଫିଲ୍ମର ହିରୋ ଶାହରୁଖ ଖାନ, ହିରୋଇନ କାଜୋଲ, ରାନୀ ମୁଖାର୍ଜୀ, କରନ ଜୋହର ଏବଂ ଧର୍ମ ପ୍ରଡକ୍ସନ୍ସର ସିଇଓ ଆପୁର୍ଭା ମେହେତାଙ୍କୁ ଟ୍ୟାଗ କରିଛନ୍ତି। ତେବେ ଅନୁପମ ଖେର ଏହାକୁ ପସନ୍ଦ କରୁନଥିଲେ ଏବଂ ସେ ଏହା ଉପରେ ଖୋଳତାଡ଼ କରିଥିଲେ। ଶାହାରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ବ୍ୟତୀତ ଅନୁପମ ଖେରଙ୍କ ଫିଲ୍ମରେ ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ରାନୀ ମୁଖାର୍ଜୀଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଧର୍ମ ପ୍ରଡକ୍ସନ୍ସ ତାଙ୍କ ଟ୍ୱିଟରେ ତାଙ୍କୁ ଟ୍ୟାଗ୍ କରିନାହାଁନ୍ତି। ଏହା ପରେ ସେ ଧର୍ମ ପ୍ରଡକ୍ସନ୍ସକୁ ସ୍ମରଣ କରାଇଥିଲେ ଯେ ସେ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ । ଅନୁପମ ଖେର ଧର୍ମ ପ୍ରଡକ୍ସନ୍ସର ଟ୍ୱିଟ୍ କରି ଲେଖିଛନ୍ତି, ‘ଫିଲ୍ମରେ ହମ୍ ଭୀ ବନ୍ଧୁ। ଆମକୁ ମଧ୍ୟ ଟ୍ୟାଗ କରିଥାଆନ୍ତୋ । ଫିଲ୍ମର ଏକ ଅଂଶ ହୋଇ ମୁଁ ଖୁସି ଅନୁଭବ କରୁଛି । ଅନୁପମଙ୍କ ଏହି ଟ୍ୱିଟରେ ଲୋକମାନେ ଏବେ ବହୁତ କମେଣ୍ଟ କରୁଛନ୍ତି । ଏହି ଷ୍ଟାରମାନଙ୍କ ବ୍ୟତୀତ ସନା ସଇଦ, ଅର୍ଚ୍ଚନା ପୁରାଣ ସିଂ, ଫରିଦା ଜାଲାଲ ଏବଂ ହିମାନୀ ଶିବପୁରୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଏଥି ସହିତ ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ କରିଥିଲେ। ବଲିଉଡର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରେ ‘କୁଛ୍ କୁଛ୍ ହୋତା ହେ’ । ୧୯୯୮ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଏକ ସୁପରହିଟ୍ ଥିଲା । କରନ ଜୋହର ନିର୍ଦ୍ଦେଶକ ଭାବେ ତାଙ୍କର ଚଳଚ୍ଚିତ୍ର ଆରମ୍ଭ କରିଥିଲେ। କେବଳ ୧୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ହୋଇଥିଲା । ଏ ଏହା ପ୍ରାୟ ୧୦୦ କୋଟି ବଜେଟ ସଂଗ୍ରହ କରି ସାରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024