ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁମ୍ବାଇରେ ଆୟୋଜିତ ହୋଇଥିବା ଲାକ୍ମେ ଫ୍ୟାଶନ ୱିକ୍ ରେ ବଲିଉଡ ଅଭିନେତ୍ରୀ ଏବଂ ମଡେଲ ମାନେ ସେମାନଙ୍କର ଜଲୱା ଦେଖାଇଛନ୍ତି । ର୍ୟାମ୍ପ ୱାକ୍ ରେ ଗୋଟେ ପରେ ଗୋଟେ ହିରୋଇନ୍ ଙ୍କ ଜଲୱା ଦେଖିବାକୁ ମିଳିଥିଲା । ମାତ୍ର ର୍ୟାମ୍ପ ୱାକ୍ କରିବା ସମୟରେ ମୁସକିଲ୍ ରେ ପଡି ଯାଇଥିଲେ ଅଭିନେତ୍ରୀ ଦିବ୍ୟା ଖୋସଲା । କିନ୍ତୁ ସେ ଷ୍ଟେଜ୍ ଉପରେ ଅଧୀର ନହୋଇ ନିଜକୁ ସମ୍ଭାଳି ନେଇଥିଲେ ।
ଆଜ୍ଞା ହଁ ଅଭିନେତ୍ରୀ ଦିବ୍ୟା ର୍ୟାମ୍ପ ରେ ଚାଲିଲା ବେଳେ ତାଙ୍କ ଲେହେଙ୍ଗା ଚେନ୍ ଖୋଲି ଯାଇଥିଲା । ସେ ଏଥିରେ ବିଚଳିତ ନହୋଇ ଅଣ୍ଟାରେ ହାତ ରଖି ନିଜକୁ ସମ୍ଭାଳି ନେଇଥିଲେ । ଏନେଇ କାହାରିକୁ ଜାଣିବାକୁ ବି ଦେଇନଥିଲେ ।
ର୍ୟାମ୍ପରେ ଦିବ୍ୟା ଏକ ଧୂସର ରଙ୍ଗର ଲେହେଙ୍ଗା ସହିତ ଡିପ୍ ଫ୍ରଣ୍ଟ ନେକଲାଇନ୍ ଡିଜାଇନ୍ ବ୍ଲାଉଜ୍ ପିନ୍ଧିଥିଲେ । ର୍ୟାମ୍ପ ୱାକ୍ ର ୫ମ ଦିନରେ ର୍ୟାମ୍ପକୁ ଓହ୍ଲାଇଥିଲେ ଦିବ୍ୟା । ସେପଟେ ଦିବ୍ୟାଙ୍କ ଷ୍ଟାଇଲ ଆଗରେ ଅନ୍ୟ ମଡେଲ ମାନେ ଫିକା ପଡିଯାଇଥିଲେ ।
ଅପରପକ୍ଷେ ଦିବ୍ୟା ଯେଉଁଭଳି ଭାବେ ର୍ୟାମ୍ପରେ ନିଜକୁ ସମ୍ଭାଳି ନେଇଥିଲେ ସେନେଇ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।