ନୂଆ ଦିଲ୍ଲୀ(ଏଟିଆର ବ୍ୟୁରୋ):ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁୟାରୀ ଠାରୁ ସୁନା ନିବେଶକମାନଙ୍କୁ ବିପୁଳ ପରିମାଣର ଲାଭ ଦେଇଛି। କେତେକ ବିଶେଷଜ୍ଞବିତଙ୍କ ମତରେ ଦୀପାବଳି ପର୍ୟ୍ୟନ୍ତ ୧୦ ଗ୍ରାମ ପ୍ରତି ସୁନା ହାର ୭୦ ହଜାର ଟଙ୍କାରେ ପହଞ୍ଚିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ବର୍ତ୍ତମାନ ସୁନାରେ ବିନିଯୋଗ କରିବା ଉଚିତ। ଗତ ଶୁକ୍ରବାର ଦିନ ରାଜଧାନୀରେ ସୁନା ଦିଲ୍ଲୀରେ ୧୦ ଗ୍ରାମ ପିଛା ୫୭ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି କିନ୍ତୁ ଦୀପାବଳି ପର୍ଯ୍ୟନ୍ତ ୧୦ ଗ୍ରାମ ପ୍ରତି ସୁନା ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ।
ଜେପି ମୋର୍ଗାନଙ୍କ ରିପୋର୍ଟ ଅନୁଯାୟୀ, ଆସନ୍ତା ଦୁଇ ମାସ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ। ତେବେ ଦୀପାବଳି ପୂର୍ବରୁ ସୁନା କିଣିଲେ ବର୍ତ୍ତମାନ ରେଟ ହିସାବରେ ମିଳିବ । ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ -୧୯ ସଙ୍କଟ ସମାପ୍ତ ହେଲେ ମଧ୍ୟ ବିଶ୍ୱର ଅର୍ଥନୀତି ଏତେ ଶୀଘ୍ର ସ୍ଥିର ବଢିବ ନାହିଁ। ଏପରି ପରିସ୍ଥିତିରେ ଯେତେବେଳେ ଅର୍ଥନୀତି ସଙ୍କଟ ରହିବ, ସୁନାର ଚାହିଦା ୧୦ ଗ୍ରାମ ପ୍ରତି ୭୦ ହଜାର ସ୍ଥିର ରହିବ ।