ଭୁବନେଶ୍ୱର (ଏଟିଆର ବ୍ୟୁରୋ):ନିକଟରେ ଭୁବନେଶ୍ୱର ସ୍ଥିତ ହୋଟଲେ ମେଫେୟାର ଠାରେ ଏକ ଫ୍ୟାଶନ ସୋ’ ଅନୁଷ୍ଟିତ ହୋଇଯାଇଛି । ଯାହାର ନାଁ ଥିଲ ‘ଖ୍ୱାଇଶ୍’ ଭୁବନେଶ୍ୱର ରନୱେ ୱିକ୍’ । ଏହି ସୋ’ରେ ରାଜ୍ୟର ପାଞ୍ଚ ଜଣ ଡିଜାଇନରଙ୍କ ଡିଜାଇନିଂ ଡ୍ରେସ୍ ଏବଂ ଶାଢୀ ପରିବେଷଣ କରାଯାଇଥିଲା । ସେହି ପାଞ୍ଚ ଜଣ ଡିଜାଇନରଙ୍କ ମଧ୍ୟରେ ଥିଲେ ଜହିଦା ଅହମ୍ମଦ, ଶ୍ିତା ଜେଷ୍ଠୀ,ବେଶାଳୀ ସେଠୀ, ଜୁବିନା ଅଲ୍ଲୀ ଏବଂ ନିକିତା ନାୟକ ।
ଏଥିମଧ୍ୟରେ ଏହି ଫ୍ୟାସନ ସୋ’ରେ ଜହିଦା ଅହମେଦଙ୍କ ଡିଜାଇନିଂ ଖୁବ୍ ନିଆରା ଥିଲା । ଜାହିଦାଙ୍କ ପ୍ରୋତ୍ସହନା ଦେବା ଲାଗି ସୋ’ ଷ୍ଟପର ଭାବେ ଫେମିନା ମିସ୍ ଇଣ୍ଡିଆ ୨୦୧୮ଅନୁକ୍ରିଥୀ ଭାସ୍ ସାମିଲ ହୋଇଥିଲେ । ସେ ବର୍ଷ ୨୦୧୮ ମିସ୍ ୱାଲ୍ଟ ପେଜେଣ୍ଟ ଭାବେ ପ୍ରତିନିଧିତ୍ୱ କରୁଥିଲେ । ଏହି ସୋ’ ପାଇଁ ସେ ପ୍ରଥମ ଥର ଓଡିଶାକୁ ଆସିଥିଲେ ।
ଭୁବନେଶ୍ୱରର ଝିଅ ଜହିଦା ଅହମ୍ମଦ । ଛୋଟବେଳୁ ଟିକିଏ ଲାଜକୁଳୀ ସ୍ୱଭାବର ଥିବା ଏହି ଝିଅଟି ଆଜି ଫ୍ୟାଶନ ଦୁନିଆରେ ଏକ ଚର୍ଚ୍ଚିତ ନାଁ । ଫ୍ୟାଶନ ଡିଜାଇନର ହେବା ପାଇଁ ଥିବା ଅଦ୍ୟମ ଇଛା ପାଇଁ ସେ ଆଜି ସୁପରିଚିତା ।
ପିଲାଦିନୁ କଲିକତାରେ ବଢିଥିବା ଜାହିଦା କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ‘ନ୍ୟାଶନାଲ ଇଂଷ୍ଟୁଚ୍ୟୁଟ୍ ଅଫ୍ ଫ୍ୟାଶନ ଡିଜାଇନର’ରୁ ମଧ୍ୟ ସ୍ନାତକ କରିଛନ୍ତ । ଫେବ୍ରିକର ମାନ ଓ ଭିନ୍ନ ଭିନ୍ନ ରଙ୍ଗର ପ୍ରକାରଭେଦକୁ ନେଇ ତାଙ୍କର ନୂତନ ଡିଜାଇନ୍ ଶୈଳୀ ପାଇଁ ଆଜି ସେ ଯୁବପିଢୀଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ବିଶେଷକରି ଜଟିଳ ଡିଜାଇନ୍, ଏମ୍ରୋଡୋରୀ ଓ ଭାରତୀୟ ସୌନ୍ଦର୍ଯ୍ୟ ତତ୍ୱ ତାଙ୍କର ଡିଜାଇନିଂରେ ନିଖୁଣ ଭାବେ ଦେଖିବାକୁ ମିଳିଥାଏ ।
ବର୍ଷ ୨୦୧୭ରେ ତାଙ୍କର ପୋଷାକ କଲେକ୍ସନକୁ ନେଇ ସେ ପ୍ରଥମ ଥର ଫ୍ୟାଶନ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ଯାହାର ନାଁ ଥିଲା ‘ଡ୍ୟୁରୋ ଆପାରେଲସ୍ ପ୍ରାଇଭେଟ୍ ଲିମିଟେଡ୍’ । ପରେ ଏହି କମ୍ପାନୀ ‘ଲେବେଲ ଜିନତ୍’(ଡିଜାଇନ୍ ଷ୍ଟୁଡିଓ) ନାମରେ ଏହାର ଏକ ବ୍ରାଞ୍ଚ ଖୋଲିଥିଲା । ପ୍ରତିଟି ଡିଜାଇନ୍ ରେ ଭାରତର ପାରମ୍ପରିକ ଶୈଳୀ ଏବଂ ରାଜକୀୟ ସୌନ୍ଦର୍ଯ୍ୟବୋଧକୁ ସେ ଆଗ୍ରାଧୀକାର ଦେଇଥାଆନ୍ତି । ତାଙ୍କର ସମସ୍ତ କଲେକ୍ସନ ‘ରୟାଲ୍ ଡ୍ରିମ୍ ୱେଡିଙ୍ଗ’ରୁ ଅନୁପ୍ରେରିତ । ବିଶେଷତଃ ଏହା ଏକ କାଉଚର କଲେକ୍ସନ । ତାଙ୍କ କଲେକ୍ସନ ‘ଫୁଜନ୍ ଇନ୍ ଷ୍ଟାଇଲିଂ’କୁ ପ୍ରତିପାଦିତ କରିଥାଏ । ସ୍ୱଦେଶୀ କୌଶଳ, ଯଥା ଗୋଟା କାମ, ହାତକାମ, ଆଧୁନିକ ଛାଇମୂର୍ତ୍ତି ଆଙ୍କିବା କାମ ଇତ୍ୟାଦିକୁ ମଧ୍ୟ ଆଗ୍ରାଧିକାର ଦେଇଥାନ୍ତି । ତାଙ୍କ ମତରେ ଫ୍ୟାଶନ ହେଉଛି ସ୍ୱପ୍ନ ଦେଖିବା ଏବଂ ସ୍ୱପ୍ନକୁ ସତ କରିବା ।