ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ସମସ୍ତେ ଚାହାନ୍ତି ଓ ଏହା ସହିତ ସୁନ୍ଦର ତ୍ୱଚା କିନ୍ତୁ ମୌସୁମି ବା ବର୍ଷା ଦିନରେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ ।
ବର୍ଷା ଦିନରେ ବାୟୁମଣ୍ଡଳ ଆର୍ଦ୍ରତା ଉଚ୍ଚ ସ୍ତରକୁ ଆସିଥାଏ ଯାହା ଆପଣଙ୍କ ତ୍ୱଚା ସ୍ୱାସ୍ଥ୍ୟ ପାଇଁ ଖରାପ । ଏହା ଛଡା ଯେଉଁମାନଙ୍କର ତେଲିଆ ଏବଂ ବ୍ରଣ ପ୍ରବଣ ଚର୍ମ ଥାଏ ବର୍ଷା ଦିନରେ ଏହା ଅଧିକ ତେଲିଆ ହୋଇଥାଏ ଯାହା ଦ୍ୱାରା ଅଧିକ ବ୍ରଣ ହେବାରେ ସମ୍ଭାବନା ଥାଏ। ମୌସୁମି ପରିବର୍ତ୍ତନ ହେଲେ ଚର୍ମ ଉପରେ ଏହାର ପ୍ରଭାବ ପଡିଥାଏ। ତେଣୁ ଚର୍ମର ଯତ୍ନ ନେବା ନିହାତି ଆବଶ୍ୟକ। ତେଣୁ ଏଥିପାଇଁ ଆପଣଙ୍କୁ ସବୁବେଳେ ମଇଶ୍ଚରାଇଜର ବ୍ୟବହାର କରିବା ଦରକାର। ଏହା ସହିତ ମେଡିକେୟାରର କୌଣସି ଜିନିଷ ବ୍ୟବହାର ନକରି ଘରୋଇ ଉପକରଣ ବ୍ୟବହାର କରିବା ଦରକାର ।
ତ୍ୱଚାକୁ ବ୍ରଣ ଏବଂ ପିମ୍ପଲ୍ ଆଡକୁ ଯାଉଥିବା ବିଷାକ୍ତ ପଦାର୍ଥରୁ ସାବଧାନ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।
ଆପଣଙ୍କ ତ୍ୱଚା ପାଇଁ ଅଧିକ ପ୍ରାକୃତିକ ଉପାଦାନ ବ୍ୟବହାର କରନ୍ତୁ।
ଏକ୍ସଫୋଲିଏସନ୍ ଚର୍ମରୁ ମୃତ କୋଷ ବାହାର କରି ଓ ନୂଆ କୋଷ ତିଆରି କରିଥାଏ। କଫି,ଟି ବ୍ୟାଗ୍,ଚିନି,ବେକିଂ ସୋଡା,ପେପର,ଓଟମିଲ୍ ଏବଂ ଦହି କେତେକ ସର୍ବୋତ୍ତମ ଏକ୍ସଫୋଲିଏଟର୍ରେ ଭରପୁର ଥାଏ ତେଣୁ ଏହାକୁ ଖାଦ୍ୟ ପେୟରେ ବ୍ୟବହାର କରନ୍ତୁ।
ଏହା ସହ ଆପଣ ନଡ଼ିଆ ତେଲ,ଗ୍ରୀନ ଟି ତେଲ,ଆପଲ୍ ସାଇଡର୍ ଭିନେଗାର,ଏଲୋଭେରା,ମହୁ,ଲେମ୍ବୁ ଏବଂ ଗୋଲାପ ଜଳ ବ୍ୟବହାର କରିପାରିବେ।