ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ଆହୁରୀ ଅଧିକ ନର୍ସିଂ କଲେଜ ଖୋଲିବା ନେଇ ସୂଚନା । ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନ ଦେଇଛନ୍ତି ।
ସେ କହିଛନ୍ତି କି, ୬୦ ଟି ସିଟ୍ ଲେଖାଏଁ ନର୍ସିଂ କଲେଜ ୧୦ ଟି ଜିଲ୍ଲାରେ ସ୍ଥାପନ ହେବ । ଯେଉଁ ୧୦ ଟି ଜିଲ୍ଲାରେ ନର୍ସିଂ କଲେଜ କରାଯିବ ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର, ପୁରୀ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଯାଜପୁର, କେନ୍ଦୁଝର, ବଲାଙ୍ଗୀର, କୋରାପୁଟ ଓ ମୟୂରଭଞ୍ଜ ।